Odisha news

ହଟିଲା ଅକ୍ଷୟ ଫାଉଣ୍ଡେସନ୍ : ଆହାର କେନ୍ଦ୍ର ଚଳାଇଲା ଏସଏଚ୍ଜି ଗ୍ରୁପ

0

ଭୁବନେଶ୍ୱର,(ନି.ପ୍ର): ସହରରେ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବା ଉଦେ୍ଦଶ୍ୟରେ ଭବନେଶ୍ୱରେ ୬୦ଟି ଆହାର କେନ୍ଦ୍ର ଖୋଲିଥିଲା । କେବଳ ଭୁବନେଶ୍ୱର ନୁହେଁ ରାଜ୍ୟର ଅନୁରୂପ ଭାବେ ବିଭିନ୍ନ ସଦର ମହକୁମାରରେ ଖୋଲିଛି ଆହାର କେନ୍ଦ୍ର । କରୋନା ପ୍ରଭାବରେ ଭୁବନେଶ୍ୱରର ୫୫ଟି ଆହାରକେନ୍ଦ୍ର ବନ୍ଦ ରହିଥିବାବେଳେ ପାଞ୍ଚୋଟି ଚାଲୁ ରହିଛି ।

ଏହି ପରିପ୍ରେକ୍ଷିରେ ଆହାର କେନ୍ଦ୍ରକୁ ଚଲାଉଥିବା ଅକ୍ଷୟ ଫାଉଣ୍ଡେସନକୁ ହଟାଇ ଏସ୍ଏଚ୍ଜିକୁ ଦାୟିତ୍ୱ ଦେଇଛନ୍ତି ସରକାର । ସୋମବାରଠାରୁ ଏସ୍ଏଚ୍ଜି ସଦସ୍ୟଙ୍କୁ ନେଇ ଆହାର କେନ୍ଦ୍ର ଚାଲୁ ରହିଛି । ପୂର୍ବରୁ କାମ କରୁଥିବା ଆହାର କେନ୍ଦ୍ରର ପ୍ରାୟ ୬୦ କର୍ମଚାରୀ ସୋମବାର ଧାରଣାରେ ବସିଥିଲେ ।

ସେମାନଙ୍କ କହିବାନୁଯାୟୀ, ଆମକୁ ଛଟେଇ କରାଗଲା ବୋଲି ଲିଖିତ ଭାବେ ସରକାର ଦିଅନ୍ତୁ ନଚେତ୍ ଅନ୍ୟତ୍ର ନିଯୁକ୍ତି ଦିଅନ୍ତୁ । ଏହି ଦାବି ନେଇ ସେମାନେ ଆନେ୍ଦାଳନ କରୁଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ଭିନ୍ନ କଥା କହିଛନ୍ତି । ତାଙ୍କ କହିବାନୁଯାୟୀ, ଧାରଣରେ ବସିଥିବା କର୍ମଚାରୀ ଅକ୍ଷୟ ଫାଉଣ୍ଡେସନର । ସେମାନଙ୍କୁ ସରକାର ନିଯୁକ୍ତି ଦେଇନଥିଲେ ବା ଛଟେଇ ସମ୍ପର୍କରେ କୌଣସି ଲିଖିତ କିମ୍ବା ଅନ୍ୟତ୍ର ନିଯୁକ୍ତ ଦେବାର ପ୍ରଶ୍ନ ଉଠୁନାହିଁ । ସେମାନେ ତାଙ୍କର ଯାହା ଦାବି କରିବା କଥା ତାଙ୍କ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିବେ । ହେଲେ ସୋମବାର ଦିନ ଠାରୁ ଆହାରକେନ୍ଦ୍ର ଗୁଡିକୁ ଏସ୍ଏଚ୍ଜି ଗ୍ରୁପ ପରିଚାଳିତ କରିଛି ।

Leave A Reply