Odisha news

ଆଗରପଡ଼ା : ୟୁନିଟ ଫର ସେବା ପକ୍ଷରୁ ଅସହାୟଙ୍କୁ ସହାୟତା

0

ଆଗରପଡ଼ା : ବନ୍ତ ବ୍ଲକର ଅଗ୍ରଣୀ ସାମାଜିକ ସଙ୍ଗଠନ ୟୁନିଟ ଫର ସେବା କ୍ଲବ ତରଫରୁ ଲକଡ଼ାଉନ ସମୟରେ ବିଭିନ୍ନ ସେବା ମୂଳକ କାର୍ଯ୍ୟ କରିଆସୁଛି । ଏହି କ୍ରମରେ ଗଣିଜାଙ୍ଗ ପଞ୍ଚାୟତ ନରଣପୁର ଗ୍ରାମର ଅସହାୟ ବିଧବା ପ୍ରମିଳା ସେନାପତିଙ୍କୁ ସାହାଯ୍ୟ ଯୋଗାଇ ଦିଆଯାଇଛି । ବିଧବା ଙ୍କ ସ୍ୱାମୀ ୧୦ବର୍ଷ ପୂର୍ବେ ବଜ୍ରପାତରେ ମୃତୁ୍ୟବରଣ କରିଥିବା ବେଳେ ରୋଜଗାରିଆ ବଡ଼ପୁତ୍ର ୧ମାସ ପୂର୍ବେ ଚଣ୍ଡିଖୋଲ ପାରାଦୀପ ରୋଡ଼ରେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

୧୨ ବର୍ଷର ସାନପୁଅକୁ ଧରି ବହୁ ଦୁଃଖ କଷ୍ଟରେ ଭୋକ ଉପାସରେ ପ୍ରମିଳା ପଡ଼ି ରହିଥିବାର ଖବର ପାଇ ଲକଡ଼ାଉନ ସମୟରେ ନିୟମିତ ଚଳିବା ନିମନ୍ତେ ଉକ୍ତ ପରିବାରକୁ ସେବା କ୍ଲବ ପକ୍ଷରୁ ଡ଼ାଲି, ·ଉଳ, ସାବୁନ ସମେତ ସମସ୍ତ ରାସନ ସାମଗ୍ରୀ ଯୋଗାଇ ଦିଆଯାଇଛି । କ୍ଲବ ତରଫରୁ ସଭାପତି ବସନ୍ତ ପଲେଇ, ଅମରେନ୍ଦ୍ର ବାରିକ, ବାପୁନ ବାରିକ, ସୁନୀଲ ଦାସ, ସରୋଜ ପଲେଇ, ଅମର ଦାସ, ଦେବାଶିଷ ନାୟକ ପ୍ରମୁଖ ଉପସ୍ଥିତି ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.