Odisha news

ଦ୍ବିପ୍ରହର ସମୟରେ ଶୋଇବା ଦ୍ୱାରା ମିଳିଥାଏ ୫ ଟି ଚମତ୍କାର ଲାଭ

0
ଆମେ ଭାରତୀୟ ମାନେ ପ୍ରାୟ ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ଗଡ଼ପଡ଼ ହେବା ବା ଶୋଇବାର ଦେଖିବାକୁ ମିଳିଥାଏ l କିଛି ଲୋକ ଏହାକୁ ଠିକ ରେ ନେଇଥିବା ବେଳେ ଆଉ କିଛି ଲୋକ ଏହାକୁ ଗୋଟିଏ ଖରାପ ଅଭ୍ୟାସ ଭାବରେ ଧରି ଥାଆନ୍ତି l କିନ୍ତୁ ଏହା କିଛି ମାତ୍ରାରେ ଶରୀର ପାଇଁ ଲାଭ ଦାୟକ ହୋଇଥିବା ବେଳେ ଆଉ କିଛି ମାତ୍ରାରେ କ୍ଷତିକାରକ ମଧ୍ୟ ହୋଇଥାଏ l ବିଶେଷ ଭାବରେ ଯେଉଁ ବ୍ୟକ୍ତିମାନେ ଏଲର୍ଜୀ ଦ୍ୱାରା ପୀଡିତ ହୋଇ ଥାଆନ୍ତି ସେମାନେ ଦିନ ସମୟରେ ଶୋଇବା ଉଚିତ ନୁହେଁ l ଦିନରେ କିଛି ସମୟ ପାଇଁ ଶୋଇବା ଦ୍ୱାରା ଶରୀରର ଥକାପଣ ଦୂର ହୋଇଥାଏ l
* ଦ୍ବିପ୍ରହର ସମୟରେ କିଛି ସମୟ ପାଇଁ ବିଶ୍ରାମ ନେବା ହାଇ ବିପି ରୋଗୀଙ୍କ ପାଇଁ ଖୁବ ହିତକର ହୋଇଥାଏ l ଏହାଛଡା ଦ୍ବିପ୍ରହର ସମୟରେ ଶୋଇବା ଦ୍ୱାରା ହର୍ମୋନ ସନ୍ତୁଳନ ରହିଥାଏ l ତେଣୁ ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ଶୋଇ ପଡିବ ହିତକର ହୋଇଥାଏ l
* ଦ୍ବିପ୍ରହର ସମୟରେ ଶୋଇବା ଦ୍ୱାରା ମାନସିକ ଚାପ ଦୂର ହୋଇଥାଏ l ଯେଉଁ ବ୍ୟକ୍ତିମାନେ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ବସି କାର୍ଯ୍ୟ କରନ୍ତି ସେମଙ୍କଙ୍କ ନିକଟରେ ମାନସିକ ଚାପ ବୃଦ୍ଧି ହେବାର ଅଧିକ ଦେଖାଯାଏ ବୋଲି ବୈଜ୍ଞାନିକ ମାନେ ମତ ଦେଇ ଥାଆନ୍ତି l ତେଣୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଶୋଇଲେ ଲାଭ ମିଳିଥାଏ l
* ଦିନ ସମୟରେ ଅଳ୍ପ ସମୟ ପର୍ଯ୍ୟନ୍ତ ଶୋଇବା ଦ୍ୱାରା ହାର୍ଟ ଠିକ ଭାବରେ କାର୍ଯ୍ୟ କରିଥାଏ l ଦିନରେ ସାମାନ୍ୟ ବିଶ୍ରାମ ନେବା ଦ୍ୱାରା ହାର୍ଟ ବିଟ ରେ ସୁଧାର ଆସିଥାଏ l ଏହାଦ୍ୱାରା ହୃଦ ରୋଗ ସମସ୍ୟା ଦୂର ରହିବl ପାଇଁ ସାହାଯ୍ୟ ମିଳିଥାଏ l
* ଯଦି ଆପଣ ଦିନ ସମୟରେ କିଛି ସମୟ ପାଇଁ ଶୋଇବେ ତେବେ ଆପଣଙ୍କ ୱାର୍କ ପରଫରମାନ୍ସ ଖୁବ ଭଲ ରହିଥାଏ ଓ ଆପଣଙ୍କ ୱାର୍କ ପ୍ରଡକ୍ଟ ବୃଦ୍ଧି ପାଇଥାଏ l
* ଦିନରେ କିଛି ସମୟ ପାଇଁ ଶୋଇବା ଦ୍ୱାରା ଆପଣଙ୍କ ମୁଡ଼ ଠିକ ରହିଥାଏ, ମନରେ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ଓ ସ୍ମୃତି ଶକ୍ତି ମଧ୍ୟ ବୃଦ୍ଧି ହୋଇଥାଏ l
Leave A Reply