ନୂଆଦିଲ୍ଲୀ : ଆମେରିକାର ସେଣ୍ଟ୍ରାଲ ଇଣ୍ଟେଲିଯେନସ ଏଯେନ୍ସି (CIA) ର ନିର୍ଦେଶକ ୱିଲିୟମ୍ ବର୍ଣାସ ଗୁରୁବାର ଦିନ ଇସ୍ଲାମାବାଦ୍ ରେ ପହଞ୍ଚି ଛନ୍ତି । ସେଠାରେ ସେ ପାକିସ୍ତାନ ଅର୍ମି ଚୀଫ ବାଜବା ଓ ISI ନିର୍ଦ୍ଦେଶକ ଫେଜ ହମିଦ ଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଛନ୍ତି । ଏହି ମାମଲାରେ ୨ଟି କଥାକୁ ଗୁରୁତ୍ଵ ଦିଆଯିବା ଆବଶ୍ୟକ । ସେ ଇମ୍ରାନ ଙ୍କ ନିକଟତର ଓ ପାକିସ୍ତାନ NSA ୟୁସୁଫ ଙ୍କ ସହିତ ସାକ୍ଷାତ କରି ନାହାନ୍ତି ଓ ଅନ୍ୟଟି ହେଲା ସିକ୍ରେଟ୍ ଭିଯିଟ ରେ ସେ ବୁଧବାର ନୂଆଦିଲ୍ଲୀ ରେ ଥିଲେ । ନୂଆଦିଲ୍ଲୀ ରୁ ସେ ସିଧା ସଳଖ ଇସ୍ଲାମାବାଦ୍ ଯାଇଥିଲେ ।
ଭାରତ ଯାତ୍ରା ସମୟରେ ବନର୍ଶ ଭାରତର NSA ଅଜିତ୍ ଡୋଭାଲ୍ ଙ୍କ ସହିତ ଦୀର୍ଘ ସମୟ ଧରି ସାକ୍ଷାତ କରିଥିଲେ । ବୁଧବାର ଦିନ ଋଷ ର NSA ମଧ୍ଯ ଦିଲ୍ଲୀ ରେ ଥିଲେ । ଡୋଭାଲ୍ ଓ ଋଷ NSA ଙ୍କ ଫଟୋ ସାମ୍ନା କୁ ଆସିଥିଲା , କିନ୍ତୁ ବନର୍ଶ ଙ୍କ ସହିତ ସାକ୍ଷାତକାର ଗୋପନୀୟ ରଖା ଯାଇଥିଲା ।
ବନର୍ଶ ଯେବେ ଗୁରୁବାର ଦିନ ପାକିସ୍ତାନ ପହଞ୍ଚି ଥିଲେ ସେତେବେଳେ ସେନାର ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ରିପୋର୍ଟ ରେ କୁହା ଯାଇଥିଲା ଯେ ୟୁଏସ ସିଆଇଏ ବାଜବା ଓ ଆଇ ଏସ ଆଇ ମୁଖ୍ୟଙ୍କ ସହିତ ଆଫଗାନିସ୍ତାନ ସ୍ଥିତିକୁ ନେଇ ସାକ୍ଷାତ କରିଥିଲେ । ଆମେରିକା ଓ ବ୍ରିଟେନ ସମେତ ଅଧିକାଂଶ ଦେଶ ପାକିସ୍ତାନ ର ଆଫଗାନିସ୍ତାନ ରେ ଭୂମିକା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
Comments are closed.