ମୁମ୍ବାଇ : ଆଜି ମଧ୍ୟ ସୁଶାନ୍ତ ସିଂ ଙ୍କ ଅଭିନୟ କୁ ଭାରତୀୟ ଦର୍ଶକ ଭୁଲି ନାହାଁନ୍ତି , ସବୁଠୁ ଗୁରୁତୱପୂର୍ଣ୍ଣ ହେଲା ତାଙ୍କ ଭଳି ଗୋଟିଏ ସରଳ ବ୍ୟକ୍ତିଙ୍କ ବ୍ୟକ୍ତିତ୍ଵ ସମସ୍ତ ଙ୍କ ମନକୁ ଆଜି ମଧ୍ୟ ଭାରା କ୍ରାନ୍ତ କରିଛି । ନିକଟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସିନ୍ଧେ ଙ୍କ ଦଳ ଆଦିତ୍ୟ ଠାକରେ ଙ୍କ ଉପରେ ଆରୋପ ଲଗାଇଛନ୍ତି କି ଯାଞ୍ଚ୍ ସମୟରେ ରୀୟା ଚକ୍ରବର୍ତ୍ତୀ ଙ୍କୁ ୪୪ ଥର ଫୋନ୍ କଲ୍ କରିଥିଲେ । ଏହାକୁ ନେଇ ଆଦିତ୍ୟ ଠାକରେ ନିଜର ପାଟି ଖୋଲିଛନ୍ତି ।
ସାଂସଦ ରାହୁଲ ଶୱେଲ ଏହି ମାମଲା କୁ ଉଠାଇ କହିଛନ୍ତି କି ରିୟା ଚକ୍ରବର୍ତ୍ତୀ ଙ୍କୁ କୌଣସି AU ନାମରେ ୪୪ ଥର କଲ୍ କରିଥିଲେ ଓ ବିହାର ପୋଲିସ ପକ୍ଷରୁ ସୂଚନା ଅନୁସାରେ AU ର ଆଦିତ୍ୟ ଉଦ୍ଧବ ଠାକରେ । ବର୍ତ୍ତମାନ୍ ଏହାକୁ ନେଇ ଆଦିତ୍ୟ ଠାକରେ ନିଜର ପାଟି ଖୋଲିଛନ୍ତି ଓ କହିଛନ୍ତି ଯେ ଏହା ମୂଲ୍ୟହୀନ ।
ଟାଇମ୍ସ ନାଓ ର ରିପୋର୍ଟ ଅନୁସାରେ ଆଦିତ୍ୟ ଠାକରେ କହିଛନ୍ତି ଯେ ” ମୁଁ କହିବି କି ମୁଁ ଆପଣଙ୍କୁ ବହୁତ ପ୍ରେମ କରୁଛି । ଯିଏ କି ନିଜ ଦଳ ଓ ଘର ପାଇଁ ଆଦୌ ସଚ୍ଚୋଟ ନୁହନ୍ତି । ଏଭଳି ବ୍ୟକ୍ତି ପାଖରୁ କଣ ବା ଆଶା କରାଯାଇ ପାରେ । ଏଭଳି କହି ସେ ଏକନାଥ ଶିନ୍ଧେ ଭୂମି ଘୋଟଲା ରୁ ନିଜର ଧ୍ୟାନ ହଟାଇବାକୁ ଚାହୁଁଛନ୍ତି ।
ଅନେକ ରିପୋର୍ଟ ର ସୂଚନା ଅନୁସାରେ ସୁଶାନ୍ତ ସିଂ ଆତ୍ମହତ୍ୟା ଘଟଣା ରେ AU ନାମକ ବ୍ୟକ୍ତି ଙ୍କ ନିକଟକୁ ରିୟା ୪୪ଥର କଥା
ହୋଇଥିଲେ । ସେହି ସମୟରେ ବିହାର ପୋଲିସ ପକ୍ଷରୁ AU ସମ୍ବନ୍ଧ ଆଦିତ୍ୟ ଠାକରେ ଙ୍କ ସହିତ ରହିଛି ବୋଲି କୁହା ଯାଇଥିଲା । ସେତେବେଳେ ଆଦିତ୍ୟ ଠାକରେ ଚୁପ୍ ରହିଥିଲେ ।
ସୁଶାନ୍ତ ସିଂ ୧୪ ଜୁନ ୨୦୨୦ ରେ ନିଜର ବାନ୍ଦ୍ରା ରେ ଥିବା ଫ୍ଲାଟ୍ ରେ ମୃତ ମିଳିଥିଲେ । ପ୍ରାରମ୍ଭିକ ସ୍ଥିତି ରେ ଏହା ସୁଇସାଇଡ ବୋଲି କୁହାଯାଉଥିଲେ ସୁଦ୍ଧା ପୋଲିସ ଯାଞ୍ଚ୍ ପରେ ଏହାକୁ ସିବିଆଇ କୁ ଦିଆ ଯାଇଥିଲା ।