ନୂଆଦିଲ୍ଲୀ : ବାହୁବଳୀ ଚଳଚିତ୍ରର ସୁପରଷ୍ଟାର ପ୍ରଭାସ ନିଜର ଆଗାମୀ ଚଳଚିତ୍ରର ପୋଷ୍ଟର ଲଞ୍ଚ କରିଦେଇଛନ୍ତି ,ତାଙ୍କର ଆଗାମୀ ଚଳଚିତ୍ରର ନାମ “ଆଦି ପୁରୁଷ “ଅଟେ l ଚଳଚିତ୍ରଟିର ପୋଷ୍ଟରକୁ ଦେଖି ଲାଗୁଛି ଏହା ରାମାୟଣ ଦ୍ୱାରା ପ୍ରେରିତ ଅଟେ l ଏହି ପୋଷ୍ଟରରେ ବଡ ଅକ୍ଷରରେ A ଲେଖା ହୋଇଛି ,ଓ ସେଥିରେ ଭଗବାନ ରାମ ଧନୁ ଧରି ଠିଆ ହୋଇଥିବାର ଦେଖା ଯାଇଛି l ହନୁମାନ ଏହି ପୋଷ୍ଟରରେ ଗଦା ଧରି ଉଡ଼ୁଥିବାର ଦେଖା ଯାଉଛି ଓ ତଳକୁ ରାବଣଙ୍କ ଭଳି ଦାସ ମୁଣ୍ଡ ଥିବା ଗୋଟିଏ ଚିତ୍ର ରହିଛି l
ପ୍ରଭାସ ଏହି ପୋଷ୍ଟକୁ ସେୟାର କରି ଲେଖିଛନ୍ତି ଯେ “ଖରାପ ଉପରେ ଭଲର ପ୍ରଭାବ “ଏହା ସହିତ ଲେଖିଛନ୍ତି ହାସଟ୍ୟାଗ ଆଦି ପୁରୁଷ l ପୋଷ୍ଟରରେ ଡାଇରେକ୍ଟରଙ୍କ ନାମ ଓମ ରାଉତ ଲେଖାଯାଇଛି l ଓମ ରାଉତ ତନାଜି ଚଳଚିତ୍ରର ନିର୍ଦେଶକ ଅଟନ୍ତି l ତନାଜି ଚଳିତ ବର୍ଷ ଜାନୁଆରୀରେ ରିଲିଜ ହୋଇଥିଲା ଓ ୨୦୨୦ ର ଅଧିକ ବ୍ୟବସାୟ କରିଥିବା ଚଳଚିତ୍ର ଅଟେ l ଏହି ପୋଷ୍ଟରରେ ପ୍ରଭାସଙ୍କୁ ଦେଖିବାକୁ ମିଳୁନି ,କିନ୍ତୁ ଏହି ଆଦି ପୁରୁଷ ଚଳଚିତ୍ରରେ ପ୍ରଭାସ ଅଭିନୟ କରିଛନ୍ତି l ଏହି ଚଳଚ୍ଚିତ୍ରଟି ହିନ୍ଦୀ ,ତେଲୁଗୁ ,ତାମିଲି ,ମାଲାୟାଲାମ ଓ କନଡ଼ ଭାଷାରେ ରିଲିଜ କରାଯିବ l ଚଳଚିତ୍ରଟିର କାହାଣୀ ଓ କାଷ୍ଟଙ୍କୁ ନେଇ ନିର୍ମାତାଙ୍କ ପକ୍ଷରୁ କୌଣସି ତଥ୍ୟ ଦିଆଯାଇନାହିଁ l