ସାଣ୍ଡାଲଉଡ୍ ଡ୍ରଗ୍ ରାକେଟ୍ ମାମଲାରେ ଆଉ ଜଣେ କନ୍ନଡ଼ ଅଭିନେତ୍ରୀ ସଞ୍ଜନା ଗଲରାନୀଙ୍କୁ ଗିରଫ କରାଯାଇଛି । ତାଙ୍କୁ ୫ ଦିନ ପାଇଁ ସେଣ୍ଟ୍ରାଲ୍ କ୍ରାଇମ୍ ବ୍ରାଞ୍ଚ୍ (ସିସିବି) ରିମାଣ୍ଡରେ ପଠାଯାଇଛି । ସିସିବି ସଞ୍ଜନାଙ୍କ ଦୁଇଟି ଘରେ ଛାନଭିନ୍ କରି କିଛି ଡ୍ରଗ୍ସ ଓ ଡକୁ୍ୟମେଣ୍ଟ ଜବତ କରିଥିଲା । ଗତ ସପ୍ତାହରେ ତାଙ୍କ ଭାଇ ଓ ସାଙ୍ଗ ରାହୁଲଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା । ରାହୁଲ ଗିରଫ ହେବା ପରେ ସଞ୍ଜନା ଉଭୟଙ୍କ ସମ୍ପର୍କ ବିଷୟରେ ସୂଚନା ଦେଇଥିଲେ ଓ କହିଥିଲେ ଇଣ୍ଡଷ୍ଟ୍ରୀର ଡ୍ରଗ୍ ରାକେଟ୍ ସହ ତାଙ୍କର କୌଣସି ଲେନଦେନ ନାହିଁ । ସେ ସୋସାଲ ମିଡିଆରେ ଫେମସ୍ ଥିବାରୁ ରାହୁଲ ତାଙ୍କୁ ଫସାଇବାକୁ ଚାହୁଁଛନ୍ତି ବୋଲି ସଞ୍ଜନା କହିଥିଲେ । ସଞ୍ଜନା କେବେ ବି ଡ୍ରଗ୍ସ ନେଇ ନ ଥିବା ଦାବି କରିଥିଲେ । ଏବେ ସୁଦ୍ଧା ଡ୍ରଗ୍ କନେକ୍ସନରେ ଗିରଫ ହୋଇଥିବା ୭ ଅଭିଯୁକ୍ତ ହେଲେ ରାଗିଣୀ ଦ୍ୱିବେଦୀ, ବିବେକ ଓବରୟଙ୍କ ଶଳା ଆଦିତ୍ୟ ଅଲ୍ୱା, ନିୟାଜ, ବିରେନ୍ ଖତ୍ରା, କ୍ଲର୍କ ରବିଶଙ୍କର, ରାହୁଲ ସାମିଲ । ଏଥିରେ ଜଣେ ଆଫ୍ରିକୀୟ ଡ୍ରଗ୍ ପେଡଲର ବି ଧରାହୋଇଛି ।