Odisha news

କଣ୍ଟେନର ଟ୍ରକ ସହ ପିକଅପ ଧକା; ଜଣେ ମୃତ୍ୟୁ ୨ ଗୁରୁତର

0

ଜମନକିରା, ୧୮/୪: ଜମନକିରା ଥାନା କୁଲୁଣ୍ଡି ଫାଣ୍ଡି ନିକଟସ୍ଥ ରାଜରାସ୍ତା ୫୩ରେ ଆଜି ସାଢ଼େ ୧୨ ଟା ସମୟରେ ଏକ କଣ୍ଟେନର ଟ୍ରକ ସହ ପିକଅପ ଧକ୍କା ହେବା ଫଳରେ ଜଣେ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି।       ପୋଲିସର ସୂଚନା ଅନୁଯାଇ, ପଡିଆବାହାଲ ଗାଁର ସରୋଜ ସୁହୁଲାଙ୍କ ପୁଅ ଗଙ୍ଗାଧର ପିକଅପ ଭେନ୍ (ଓଡି ୧୫ ଓ ୭୩୭୪)ନେଇ ନିଜ ଘରକୁ ଯାଉଥିବା ବେଳେ ଅନ୍ୟ ପଟୁ ଆସୁଥିବା କଣ୍ଟେନର ଟ୍ରକ ସହ ଧକା ହୋଇ ଗାଡିଟି ରାସ୍ତା କଡ଼କୁ ଖସି ଯାଇଥିଲା। ଫଳରେ ଉକ୍ତ ସ୍ଥାନରେ ହିଁ ଗଙ୍ଗାଧର ସୁହୁଲାଙ୍କ ମୃତ୍ୟୁ ଘଟିଥିବା ବେଲେ ସାଙ୍ଗରେ ଥିବା ଦୀନବନ୍ଧୁ ଏବଂ ନିରଞ୍ଜନ ନାମକ ଦୁଇ ବ୍ୟକ୍ତି ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି। ଉକ୍ତ ସ୍ଥାନକୁ ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଯାଇଛି ବୁର୍ଲକୁ ପଠେଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା କହିଛି।

Leave A Reply