Odisha news

ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ବାକ୍ରାପେଟା ଗୋଟାଏ ବସ୍‌ ପାହାଡ଼ ଧାରରୁ ଖସି ଉପତ୍ୟକାରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୪୫ଜଣ ଆହତ

0

ଚିତ୍ତୂର: ଶନିବାର ରାତି ପ୍ରାୟ ସାଢ଼େ ୧୧ଟା ବେଳେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲା ଅନ୍ତର୍ଗତ ବାକ୍ରାପେଟା ଗୋଟାଏ ବସ୍‌ ପାହାଡ଼ ଧାରରୁ ଖସି ଉପତ୍ୟକାରେ ପଡ଼ିଯିବାରୁ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ୪୫ଜଣ ଆହତ ହୋଇଛନ୍ତି।

ଦଉଡ଼ି ଯୋଗେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଆହତମାନଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନିଆଯାଇଛି।

ଡ୍ରାଇଭର୍‌ଙ୍କ ଅବହେଳା କାରଣରୁ ତିରୁପତି ଠାରୁ ପ୍ରାୟ ୨୫ କିଲୋମିଟର୍‌ ଦୂରବର୍ତ୍ତୀ ବାକ୍ରାପେଟାର ଗୋଟାଏ ପାହାଡ଼ର ତୀଖା ଢାଲୁରୁ ବସ୍‌ଟି ତଳେ ଥିବା ଉପତ୍ୟକାରେ ଖସିପଡ଼ି ଥିବା କଥା ତିରୁପତି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ କହିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ଘରୋଇ ବସ୍‌ଟି ୫୨ଜଣ ବ୍ୟକ୍ତିଙ୍କୁ ନେଇ ଅନନ୍ତପୁର ଜିଲ୍ଲାର ଧର୍ମବରମ୍‌ରୁ ଚିତ୍ତୂରର ନଗରୀ ନିକଟରେ ଥିବା ଏକ ଗାଁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଶେଷାଚଳମ୍‌ ଘାଟ ରାସ୍ତାରୁ ପ୍ରାୟ ୧୦୦ ଫୁଟ୍‌ ଗଭୀର ଉପତ୍ୟକା ମଧ୍ୟକୁ ଖସିପଡ଼ିଥିଲା। ଆଜି ସକାଳେ ହେବାକୁ ଥିବା ୨୮ ବର୍ଷିୟ ମାଳିସେଟ୍ଟୀ ବେଣୁଙ୍କର ନିର୍ବନ୍ଧ ଉତ୍ସବରେ ଯୋଗ ଦେବାକୁ ସେମାନେ ଯାଉଥିଲେ। ରାତି ୯ ବେଳେ ପିଲେରୁରେ ଗ‌ୋଟାଏ ଢାବାରେ ରାତ୍ରୀ ଭୋଜନ ଖାଇ ସେମାନେ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ। ବାଟରେ ଡ୍ରାଇଭର୍‌ ନିୟନ୍ତ୍ରଣ ହରାଇବାରୁ ଗାଡ଼ି ଉପତ୍ୟକା ମଧ୍ୟକୁ ଖସିପଡ଼ିଥିଲା।

ପୁଲିସ, ଉଦ୍ଧାରକାରୀ ଦଳ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ଉଦ୍ଧାର ଅଭିଯାନ ଆରମ୍ଭ କରିଥିଲେ। କିନ୍ତୁ, ରାତ୍ରୀର ଅନ୍ଧକାର ଏବଂ ଖାଇଟି ୫୦ ଫୁଟ୍‌ ତଳେ ହୋଇଥିବାରୁ ଉଦ୍ଧାର କାର୍ଯ୍ୟ ବାଧା ପାଇଥିଲା। ତେଣୁ, ସକାଳ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଥିଲା।

Leave A Reply