ବର୍ତମାନ ଗ୍ରୀଷ୍ମ ଋତୁରେ ଖରା ର ପ୍ରକୋପ ବଢି ବଢି ଚାଲିଥିବା ବେଳେ ଗରମ ଆଉ ସହ୍ୟ କରିବା ସମ୍ଭବ ହେଉନାହିଁ l କାରଣ ଦିନକୁ ଦିନ ବାୟୁ ମଣ୍ଡଳ ଦୂଷିତ ସହିତ ଚାରିଆଡେ ଗଛ କଟାଯାଇ କଂକ୍ରିଟ ରୋଡ଼ ଓ ବଡ଼ ବଡ଼ ବିଲଡିଂ ତିଆରି ହେଉଛି l ତେଣୁ ଖରାର ପ୍ରକୋପ ମଧ୍ୟ ଅଧିକ ରୁ ଅଧିକ ବଢୁଛି l ଆମେ ସମସ୍ତେ ଗରମ ପ୍ରକୋପରୁ ନିଜକୁ ରକ୍ଷା କରିବା ପାଇଁ ଏସି ର ବିପୁଳ ବ୍ୟବହାର କରୁଚୁ l ଗାଁ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡ ଏସି ର ବହୁଳ ପରିମାଣ ରେ ବ୍ୟବହାର ହେଉଛି l
ଏସିରେ ବସି ଆମେ ଗରମ ପ୍ରକୋପ ରୁ ରକ୍ଷା ପାଇ ପାରୁଛୁ ହେଲେ ଆମ ଶରୀର ପାଇଁ ରୋଗ କିଣୁଛୁ l ନିକଟରେ ହୋଇଥିବା ଗୋଟିଏ ଗବେଷଣା ଅନୁସାରେ କୁହାଯାଇଛି ଯେ ଏସି ପବନ ଶରୀର ପକ୍ଷରେ ଖୁବ କ୍ଷତିକାରକ l
– ଦିନସାରା ଏସିରେ ବସି ରହିବାର କାରଣରୁ ମୁଣ୍ଡ ବିନ୍ଧା ସମସ୍ୟା ପ୍ରାୟ ଅଧିକ ଦେଖା ଯାଉଛି l ଯାହାଦ୍ୱାରା ଆଲସ୍ୟର ଶିକାର ହୋଇ କାମ କରିବାକୁ ଇଛା ହେଉନାହିଁ l
– ତାପମାତ୍ରାରେ ଅଚାନକ ବଢିବା ଓ କମିବା କାରଣରୁ ନିଶ୍ୱାସ ପ୍ରଶ୍ୱାସ ରେ ଅଧିକ ବାଧା ଉପୁଜୁଛି l ଯେଉଁ କାରଣରୁ ଆମେ ଅସୁବିଧାର ସମ୍ମୁଖୀନ ହେଉଛୁ l
– ଗବେଷକ ଙ୍କ ମତରେ ଆପଣ ଦିନସାରା ଏସିରେ ରହୁଥିବା କାରଣରୁ ଲୋ ବ୍ଲଡ଼ ପ୍ରେସର ସମସ୍ୟା ର ସମୁଖୀନ ହୋଇ ପାରନ୍ତି l
– ଏସିର ପ୍ରଭାବ ହାଡ଼ ଉପରେ ମଧ୍ୟ ପଡିଥାଏ , ତେଣୁ ହାଡ ଜନିତ ସମସ୍ୟା ଥିବା ବ୍ୟକ୍ତିମାନେ ଏସିରେ ଅଧିକ ବସିବା ଉଚିତ ନୁହେଁ l
– ଏସି ଶରୀରକୁ ଆରାମ ଦେଇଥିଲେ ମଧ୍ୟ ସତେଜ ପବନ ଠାରୁ ଆମକୁ ଦୁରେଇ ରଖିଥାଏ l ତେଣୁ ଶରୀରର ବିକାଶରେ ବାଧା ଆସିପାରେ l
– ଏସି ରେ ଦିନସାରା ବସିବା ଦ୍ୱାରା ଚର୍ମ ରୋଗର ସମ୍ଭାବନା ରହିଥାଏ, କାରଣ ଏସି ପବନ ଆମ ତ୍ୱଚା କୁ ଶୁଷ୍କ କରିଦେଇ ଥାଏ l
– ଏସିର ପବନ ରେ ଏଲର୍ଜୀ ହୋଇଥାଏ , ଯେପରିକି ଛିଙ୍କିବା କାଶିବା ସମସ୍ୟା ଅଧିକ ଦେଖା ଯାଇଥାଏ l