Odisha news

ଫଳ ଖାଇବା ପରେ ପାଣି ପିଇବା କାହିଁକି ଉଚିତ ନୁହେଁ , କଣ ରହିଛି ଏହାର ଆୟୁର୍ବେଦ ରେ କାରଣ

0
ଆମେ ସାଧାରଣ ଭାବରେ ଛୋଟବେଳୁ ଶୁଣିଥାଉ ଯେ ଫଳ ଖାଇବା ପରେ ପାଣି ପିଇବା ଉଚିତ ନୁହେଁ l ଆମେ ଗୁରୁଜନ ମାନଙ୍କର ଏହି କଥାକୁ ମାନି ମଧ୍ୟ ଫଳ ଖାଇ ପାଣି ପିଇ ନଥାଉ l କିନ୍ତୁ କଣ ରହିଛି ଏହା ପଛର କାରଣ ଏହା ଆମେ ଜାଣି ନଥାଉ l ତାହାଲେ ଆଜି ଆସନ୍ତୁ ଜାଣିବା କଣ ପାଇଁ ଫଳ ଖାଇ ପାଣି ପିଇବା ଉଚିତ ନୁହେଁ l କଣ ରହିଛି ଏହା ପଛର ବୈଜ୍ଞାନିକ ଓ ଆୟୁର୍ବେଦ ରେ କାରଣ l
* ଗବେଷକ ଙ୍କ ମତରେ ଫଳରେ ଫ୍ରୁକ୍ଟୋଜ ଅର୍ଥାତ ନାଚୁରାଲ ସୁଗାର ରହିଥାଏ l ଏପରି ସ୍ଥିତିରେ ଫ୍ରୁକ୍ଟୋଜ ସହିତ ପାଣି ପିଇବା ଦ୍ୱାରା ଏହାଦ୍ୱାରା ଆପଣଙ୍କ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇପାରେ l ସେଥିପାଇଁ ଫଳ ଖାଇବା ପରେ ଅତି କମ୍ ରେ ୧ଘଣ୍ଟା ପର୍ଯ୍ୟନ୍ତ ପାଣି ପିଇବା ଉଚିତ ନୁହେଁ l
* ଫଳରେ ପାଣି ର ମାତ୍ରା ଅଧିକ ରହିଥାଏ, ଫଳ ଖାଇ ପାଣି ପିଇବା ଦ୍ୱାରା ପେଟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ଦେଖା ଦେଇଥାଏ ଓ ପାଚନ ଶକ୍ତିରେ ମଧ୍ୟ ବାଧା ଉପୁଜି ଥାଏ l
* ଫଳ ଖାଇ ପାଣି ପିଇବା ଦ୍ୱାରା ବ୍ଲଡ଼ ରେ ଇନ୍ସୁଲିନ ମାତ୍ରା କମି ଶର୍କରା ସ୍ତର ବୃଦ୍ଧି ହୋଇଥାଏ l ଯାହା ଶରୀର ପକ୍ଷରେ କ୍ଷତିକାରକ ହୋଇପାରେ l
* ଫଳ ଖାଇ ତୁରନ୍ତ ପାଣି ପିଇବା ଦ୍ୱାରା ଥଣ୍ଡା, କାଶ, କଫ ଇତ୍ୟାଦି ହେବାର ସମସ୍ୟା ଅଧିକ ରହିଥାଏ l
* ଆୟୁର୍ବେଦ ରେ କୁହାଯାଇଛି ଯେ ଫଳ ସେବନ କରି ତୁରନ୍ତ ପାଣି ପିଇବା ଦ୍ୱାରା ଗ୍ୟାସ୍ଟ୍ରିକ , ଏସିଡ଼ିଟି ସମସ୍ୟାର ଅଧିକ ସମ୍ଭାବନା ରହିଥାଏ l ତେଣୁ ଏହା ଶରୀର ପକ୍ଷରେ କ୍ଷତିକାରକ ହୋଇଥାଏ l
* କଦଳୀ ଖାଇ ଥଣ୍ଡା ପାଣି ପିଇବା ଦ୍ୱାରା ହଜମ ଶକ୍ତି ବାଧା ପ୍ରାପ୍ତ ହୋଇଥାଏ l ତେଣୁ କଦଳୀ ଖାଇବାର ୧୫ ମିନିଟ ପରେ ପାଣି ପିଇବା ଉଚିତ l
* ପିଜୁଳି ଖାଇବା ସ୍ବାସ୍ଥ୍ୟ ପକ୍ଷରେ ଖୁବ୍ ହିତକର ଅଟେ। କିନ୍ତୁ ପିଜୁଳି ଖାଇ ପାଣି ପିଇବା ଦ୍ଵାରା ପେଟରେ ବାୟୁ ଜନିତ ସମସ୍ୟା ଦେଖା ଦେଇଥାଏ।
* ଖଟା ଫଳରେ ସାଇ ଟ୍ରିକ୍ ଏସିଡ ରହିଥାଏ । ତେଣୁ ଖଟା ଫଳ ଖାଇ ପାଣି ପିଇବା ଉଚିତ୍ ନୁହେଁ ।
Ad2
Leave A Reply