ରାକ୍ଷୀ ସାୱନ୍ତ ଆଜିକାଲି ଲାଇମଲାଇଟ ଠାରୁ ଦୂରରେ ରହିଥିଲେ ମଧ୍ୟ ଦର୍ଶକ ଙ୍କ ମନରେ ସବୁବେଳେ ରହିଛନ୍ତି l ତାଙ୍କର ପୂର୍ବତନ ସ୍ୱାମୀ ଆଦିଲ ଖାନ ଦୂରାନି ଙ୍କ ବିବାହ ପରେ ରାକ୍ଷୀ ଦୁବାଇ ରେ ସେଟଲ ହୋଇ ଯାଇଛନ୍ତି l ଏଠାରେ ରାକ୍ଷୀ କୋଟି କୋଟି ଟଙ୍କାର ଲାଗଜୁରିଆସ ଘର କିଣିଛନ୍ତି l ଏବଂ ନିଜର ଗୋଟିଏ ଡାନ୍ସ ଏକାଡେମୀ ମଧ୍ୟ ରହିଛି l ବର୍ତମାନ ଡ୍ରାମା କୁଇନ ରାକ୍ଷୀ ଶାନ୍ତିରେ ଜୀବନ ଅତିବାହିତ କରିବାକୁ ଚାହୁଁଛନ୍ତି l
ନିକଟରେ ଦୁବାଇ ରେ ରାକ୍ଷୀ ଙ୍କ ସହିତ ବଲିଉଡ ର ଜଣାଶୁଣା ଫିଲ୍ମ ମେକର ଫରାହ ଖାନ ଙ୍କ ସାକ୍ଷାତ ହୋଇଥିଲା l ଏବଂ ରକ୍ଷୀଙ୍କ ଘରକୁ ଯାଇ ସେଠାରେ ଗୋଟିଏ ଫୁଡ ବ୍ଲଗ କରିଥିଲେ l ରାକ୍ଷୀ ଫରାହ ଙ୍କ ଅତିଥି ସତ୍କାର ପାଇଁ ମା କି ଦାଲ ଓ ବାପ କି ଚାୱଲ ଅର୍ଥାତ ଭାତ ପ୍ରସ୍ତୁତ କରିଥିଲେ l ଏହି ସବୁ ବ୍ୟଞ୍ଜନ ର ନାମ ଶୁଣି ଫରାହ ଆଶ୍ଚର୍ଯ୍ୟ ହୋଇଯାଇ ଥିଲେ l ଡ୍ରାମା କୁଇନ ଫରାହ ଙ୍କ ନିକଟରେ ନିଜର ଦୁବାଇ ଲାଇଫ ଷ୍ଟାଇଲ ବିଷୟରେ ବର୍ଣନା କରିଥିଲେ l ରାକ୍ଷୀ ଫରାହ ଙ୍କୁ ବିଭିନ୍ନ ମଜାଳିଆ କଥା କହି ଖୁବ ହସାଇ ଥିଲେ l ଏହି ସମୟ ରେ ଫରାହ ଙ୍କର ତାଙ୍କ ରୋଷେୟା ଦିଲୀପ କଥା ମନେପକାଇ ଥିଲେ l ଏହାପରେ ଫରାହ ମଜାକିଆ ଢଙ୍ଗରେ କହିଥିଲେ ସେ ରକ୍ଷୀଙ୍କ ବିବାହ ନିଜ ରୋଷେୟା ଦିଲୀପ ସହିତ କରାଇଦେବେ l ଏହାକୁ ଶୁଣି ରାକ୍ଷୀ କହିଥିଲେ ନା ବିଲକୁଲ ବି ନୁହେଁ l ରକ୍ଷୀଙ୍କର ଦୁଇଥର ବିବାହ ହୋଇ ସାରିଛି l ତାଙ୍କର ପ୍ରଥମ ବିବାହ ରିତେଶ ଙ୍କ ସହିତ ହୋଇଥିଲା , ଏହାପରେ ସେ ବିଜିନେସମ୍ୟାନ ଆଦିଲ ଖାନ ଙ୍କୁ ବିବାହ କରିଥିଲେ