Odisha news

ବାତ ଦୋଷ କଣ ? କିପରି ଏହା ମସ୍ତିଷ୍କ ଉପରେ ପକାଇଥାଏ ପ୍ରଭାବ ?

0

ଆଜିର ସମୟ ରେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ କି କହିଥାଏ ତାର କୌଣସି ମାନସିକ ଚିନ୍ତା ନାହିଁ, ପ୍ରତ୍ୟେକ ଆୟୁ ର ଲୋକେ ନିଜ ନିଜ ହିସାବ ରେ କୌଣସିନା କୌଣସି କଥାକୁ ନେଇ ଚିନ୍ତାରେ ରହୁଛନ୍ତି, କିଛି ଲୋକ ଙ୍କୁ ଚିନ୍ତା ରୁ ବାହାରିବା ପାଇଁ ମଦ ଓ ସିଗାରେଟ ର ସାହାର ନେବାକୁ ପଡୁଛି, ଯାହାଦ୍ୱାରା ଟେନ୍ସନ ତ କମୁନାହିଁ କିନ୍ତୁ ସ୍ୱାସ୍ଥ୍ୟ କ୍ଷତିଗ୍ରସ୍ତ ହେଉଛି l

ଯେବେକି ଉତେଜନା କେବଳ ଆପଣଙ୍କ ମସ୍ତିଷ୍କ ନୁହେଁ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ , ଏହା ଆପଣଙ୍କ ଶରୀର ରେ ହେଉଥିବା ସମସ୍ୟା ର ମଧ୍ୟ ସାଙ୍ଘାତିକ ପରିଣାମ ହୋଇଥାଏ, ଯାହାକୁ ଆମେ ସାଧାରଣ ଭାବରେ ବୁଝି ପରି ନଥାଉ, କିନ୍ତୁ ଆୟୁର୍ବେଦ ରେ ଟେନ୍ସନ କୁ ନେଇ ଉପଚାର ବିଷୟରେ କୁହାଯାଇଛି l

ମାନସିକ ଉତେଜନା କାହିଁକି ଦେଖାଯାଇ ଥାଏ ?
ମାନସିକ ଚାପ ଦ୍ୱାରା ମଣିଷ ଭିତରୁ ଇମୋସନ କୁ ନଷ୍ଟ କରିଦେଇଥାଏ, ଏବଂ ସାଇକୋଲୋଜି ଓ ନିୟୁରୋଲୋଜି ସମସ୍ୟା ରେ ମଧ୍ୟ ପୀଡିତ କରିଥାଏ, ଏହା ଆୟୁର୍ବେଦ ରେ ଏହାକୁ ଶରୀର ଏବଂ ମନ ମଧ୍ୟରେ ସନ୍ତୁଳନ ବିଗାଡିବାରେ ସାହାଯ୍ୟ କରିଥାଏ l ମାନସିକ ଉତେଜନା କେବଳ ମାନସିକ ସ୍ଥିତି ନୁହେଁ ବରଂ ଶରୀର ର ବାତ ଦୋଷ କୁ ଅସନ୍ତୁଳନ କରିବାରେ ସଂକେତ ଅଟେ l

ବାତ ଦୋଷ କଣ ?
ଅନେକ ଆୟୁର୍ବେଦ ଗ୍ରଂଥ ରେ ଏହା ଉଲେଖ ରହିଛି ଯେ ବାତ ଦୋଷ ବାୟୁ ଓ ଆକାଶ ତତ୍ୱ ସମ୍ବନ୍ଧିତ ଅଟେ, ଏହାର ମୁଖ୍ୟ ସ୍ଥାନ ପେଟ ଓ ଅନ୍ତ ରେ ରହିଥାଏ, ଏହାର କାରଣ ଷ୍ଟ୍ରେସ ହେବା ଦ୍ୱାରା ଡାଇଜେସନ ସମ୍ବନ୍ଧିତ ଅସୁବିଧା ହୋଇଥାଏ, ଶରୀରରେ ଗତି ସହିତ ସମ୍ବନ୍ଧିତ ପ୍ରକ୍ରିୟା ବାତ କାରଣରୁ ସମ୍ଭବ ହୋଇଥାଏ, ଏହା ସହିତ ଏହା ଶେର୍କୁଲେସନ ଏବଂ ନର୍ଭସ ପ୍ରୋସେସ କୁ କଣ୍ଟ୍ରୋଲ କରିଥାଏ l

ଅସନ୍ତୁଳିତ ବାତ ର ଲକ୍ଷଣ –
ଯେତେବେଳେ ଏହି ଦୋଷ ଅସନ୍ତୁଳିତ ହୋଇଥାଏ, ସେତେବେଳେ ମାନସିକ ଅସ୍ଥିରତା, ଉତେଜନା, ଅନିଦ୍ରା ଓ ଶାରୀରିକ ଯନ୍ତ୍ରଣା ଲକ୍ଷଣ ଅନୁଭବ ହୋଇଥାଏ, ଶରୀରରେ ଏହି ଅସନ୍ତୁଳନ ସବୁଠୁ ପ୍ରଥମ ମାଂସ ଏବଂ ଲିଗାମେଣ୍ଟ ଉପରେ ପ୍ରଭାବ ପକାଇଥାଏ l

– ଆୟୁର୍ବେଦ ଉପଚାର ଅନୁସାରେ ସବୁଠୁ ପ୍ରଥମ ରେ ଜଣେ ବ୍ୟକ୍ତି କୁ ନିଜର ଗୋଟିଏ ସନ୍ତୁଳିତ ଜୀବନଶୈଳୀ ଆପଣାଇବା ଜରୁରୀ l
– ପର୍ଯ୍ୟାପ୍ତ ବିଶ୍ରାମ, ସନ୍ତୁଳିତ ଭୋଜନ, ଏବଂ ଉପଯୁକ୍ତ ମାଲିସ ନିହାତି ଆବଶ୍ୟକ l କାହିଁକିନା ମାଂସପେଶୀ ସୁସ୍ଥ ରହିବା ସହିତ ମାନସିକ ଉତେଜନା ଦୂର ହୋଇଥାଏ l
– ଯୋଗ ଓ ପ୍ରାଣାୟାମ ମଧ୍ୟ ଆୟୁର୍ବେଦ ର ଗୋଟିଏ ଅଂଶ, ଯାହାକି ବାତ ପିତ ଦୋଷ କୁ ଦୂର କରିବାରେ ବିଶେଷ ସହାୟକ ହୋଇଥାଏ l

IEC 2 years
Leave A Reply