Odisha news

ଗ୍ରୀଷ୍ମ ଋତୁରେ ଏହି ୫ଟି ରୋଗ ହେବାର ଆଶଙ୍କା ଦେଖାଦେଇଥାଏ : ଆସନ୍ତୁ ଜାଣିବା ତାର ଲକ୍ଷଣ ଓ କିପରି ପ୍ରତିରୋଧ କରିବେ

ଗ୍ରୀଷ୍ମ ଋତୁରେ ପ୍ରବଳ ଖରାରେ ସମସ୍ତେ ଅସ୍ତ ବ୍ୟସ୍ତ ହୋଇଯାଆନ୍ତି ଓ ତା ସଙ୍ଗେ ସଙ୍ଗେ  ବିଭିନ୍ନ ପ୍ରକାର ବେମାର ମଧ୍ୟ ଦେଖାଦେଇଥାଏ l ଖରାଦିନେ  ଶରୀର, ଚର୍ମ, ଆଖି ଓ ହଜମ ଉପରେ ଏହାର ପ୍ରଭାବ ପକାଇଥାଏ l

ଆସନ୍ତୁ ଜାଣିବା ଖରାଦିନେ ଲୋକମାନେ କେଉଁ କେଉଁ ରୋଗରର ସମୁଖିନ୍ନ ହୋଇଥାନ୍ତି ଓ କିଭଳି ତାର ପ୍ରତିକାର କରିବେ l

ଫୁଡ ପଏଜନିଙ୍ଗ :  ଖରାଦିନେ ଫୁଡ ପଏଜନିଙ୍ଗ ଗୋଟେ ସାଧାରଣ ସମସ୍ୟା ଅଟେ l ଦୂଷିତ ଖାଦ୍ୟ କିମ୍ବା ଜଳ ଦ୍ୱାରା ଏହା ହୋଇଥାଏ | ଗରମ  ଏବଂ ଆର୍ଦ୍ରତା ହେତୁ ଜୀବାଣୁ ଏହି ଋତୁରେ  ସହଜରେ ଉତ୍ପନ ହୋଇଥାନ୍ତି ଯେଉଁକରଣରୁ ଖାଦ୍ୟ ଦୂଷିତ ହୋଇଯାଇଥାଏ l  ଏହାଦ୍ୱାରା ପେଟ ଯନ୍ତ୍ରଣା  ହୋଇଥାଏ , ବାନ୍ତି ହେବାର ସମ୍ଭାବନା ଥାଏ l ଏଥିରୁ ରକ୍ଷା ପାଇବା ପାଇଁ ମସଲା ଓ ତେଲ ଯୁକ୍ତ ଖାଦ୍ୟ  ଏବଂ ରାସ୍ତା କଡ଼ରେ ଥିବା ଖୋଲା ଜିନିଷ ଖାଇବା ଠାରୁ ଦୂରେଇ ରୁହନ୍ତୁ l

ଡିହାଇଡ୍ରେସନ୍- ଶରୀରରେ ଜଳ ଅଭାବରୁ ଡିହାଇଡ୍ରେସନ୍ ହୁଏ | ଗ୍ରୀଷ୍ମ ଋତୁରେ ଏହା ଅତି ସାଧାରଣ କିନ୍ତୁ ଏହା ମଧ୍ୟ କିଛି ଗୁରୁତର ସମସ୍ୟା ସୃଷ୍ଟି କରିପାରେ l ଗ୍ରୀଷ୍ମ ଋତୁରେ ବହୁତ ଝାଳ ବାହାରିଥାଏ ଓ  ଜଳ ଅଭାବରୁ ଶରୀର ସଠିକ୍ ଭାବରେ କାମ କରିବାରେ ସକ୍ଷମ ହୁଏ ନାହିଁ l ସେଥିପାଇଁ ଏହି ରୂତୁରେ ବହୁତ ପାଣି ଓ ଫଳରସ  ପିଇବା ଆବଶ୍ୟକ l

ଅଂଶୁଘାତ : ଅଂଶୁଘାତ ଅର୍ଥାତ ଯାହାକୁ ଆମେ ଲୁ ବୋଲି କହିଥାଉ ଏହାଏକ ସାଧାରଣ ରୋଗ ଅଟେ l  ଏହି ଅସୁବିଧା ଅଧିକ ସମୟ ଧରି ଖରାରେ ରହିବ କାରଣରୁ ହୋଇଥାଏ l  ଲୁ ଦ୍ୱାରା ଶରୀର ଆକ୍ରାନ୍ତ ହେବ ସାଧାରଣ ସମସ୍ୟା ହୋଇଥିଲେ ମଧ୍ୟ ଠିକ ସମୟରେ ଏହାର ଚିକିତ୍ସ୍ୟା ନକରାଗଲେ ଶରୀରକୁ ଅସୁବିଧାର ସମୁଖିନ୍ନ ହେବାକୁ ପଡିଥାଏ l  ମୁଣ୍ଡ ଯନ୍ତ୍ରଣା ,ଦୁର୍ବଳତା , ବାନ୍ତି ଓ ଅନ୍ୟ କିଛି ଗମ୍ଭୀର ମାମଲା ଦ୍ୱାରା ବିଭିନ୍ନ ଲକ୍ଷଣ ଦେଖାଦେଇଥାଏ l  ଏଥିରୁ ରକ୍ଷା ପାଇଁ ଖାଦ୍ୟ ଓ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ , ଅଧିକ ପରିମାଣରେ ପାଣି ପିଏ ଶରୀରକୁ ସୁସ୍ତ ରଖନ୍ତୁ l

ଘିମିରି : ଗରମ ଦିନେ ଝାଳ ବୋହିବା କାରଣରୁ ଶରୀରରେ ଘିମିରି ହୋଇଥାଏ l  ଏହା ଶରୀର ସେହି ଅଂଶରେ ହୋଇଥାଏ ଯେଉଁ ଅଂଶ କପଡ଼ାରେ ଆଚ୍ଛାଦିତ ହୋଇରୁହେ l ଏଥିରୁ ରକ୍ଷା ପାଇବା ପାଇଁ ରାତିରେ ଶୋଇବା ପୂର୍ବରୁ ସତେଜ ପାଣିରେ ସ୍ନାନ କରି ପାଉଡର ଲାଗେ ଶୋଇବା ଆବଶ୍ୟକ l

ସନବର୍ଣ ; ଅଧିକ ଉତ୍ତାପ ଯୋଗୁ  ସନବର୍ଣ ହୋଇଥାଏ l  ଏହି କାରଣରୁ ତ୍ୱଚାର କୋଷିକା ଗୁଡିକ ଖଟି କାରକ ହୁଏ ଓ ଶରୀରରେ ସିଝା ସିଝା ଦାଗ ହୋଇଯାଏ l  ଏହା ଦ୍ୱାରା ଚର୍ମ କର୍କଟ ହେବାର ସମ୍ଭାବନା ମଧ୍ୟ ରହିଥାଏ l  ଏଥିରୁ ରକ୍ଷା ପାଇବା ପାଇଁ ଅଧିକ ଖରାକୁ ଯିବାରୁ ଦୁରେଇ ରହିବ ଆବଶ୍ୟକ ଓ ଖରାକୁ ଯିବା ପୂର୍ବରୁ ସନ ସ୍କ୍ରିନ ଲସନ ଲଗାଇବା ଉଚିତ l

Comments are closed.