ନୂଆଦିଲ୍ଲୀ : ସାଉଦି ଆରବର ରାଜକୁମାର ମହମଦ ବିନ୍ ସଲ୍ମାନ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଗତ ସପ୍ତାହରେ ଫୋନରେ କଥା ହୋଇଥିଲେ l ଦୁଇ ଦେଶର ନେତା ଦ୍ୱିପାକ୍ଷିକ ସମ୍ବଦ୍ଧକୁ ଆହୁରି ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ l ପ୍ରଧାନମନ୍ତ୍ରୀ ମୋଦି ଓ କ୍ରାଉନ୍ ପ୍ରିନ୍ସଙ୍କ ମଧ୍ୟରେ କଥାବାର୍ତା ସେତେବେଳେ ହୋଇଥିଲା ଯେତେବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଥିଲେ ଯେ ସେ ସାଉଦି ଆରବରେ ନିଜର ସମକକ୍ଷ ଅର୍ଥ କିଂ ସଲ୍ମାନଙ୍କ ସହିତ କଥା ହେବେ ତାଙ୍କ ପୁଅ କ୍ରାଉନ୍ ପ୍ରିନ୍ସଙ୍କ ସହିତ ନୁହେଁ l
ଆମେରିକାର ବିଦେଶ ମନ୍ତ୍ରଣାଳୟ କହିଥିଲା କି କ୍ରାଉନ୍ ପ୍ରିନ୍ସ ସାଉଦି ଆରବର ରକ୍ଷାମନ୍ତ୍ରୀ ଓ ଆମେରିକାର ରକ୍ଷାମନ୍ତ୍ରୀଙ୍କର ସମକକ୍ଷ ଅଟନ୍ତି l ଯଦି କ୍ରାଉନ୍ ପ୍ରିନ୍ସ କଥା ହେବାକୁ ଚାହୁଁଛନ୍ତି ତେବେ ଆମେରିକାର ରକ୍ଷାମନ୍ତ୍ରୀଙ୍କ ସହିତ କଥା ହୁଅନ୍ତୁ ସିଧା ସଳଖ ବାଇଡେନଙ୍କ ସହିତ ନୁହେଁ l ସାଉଦି ଆରବ ଜାଣିଗଲା ଯେ ଟ୍ରମ୍ପଙ୍କ ସମୟରେ ଆମେରିକା ସହିତ ଯେଉଁ ସମ୍ପର୍କ ଥିଲା ବର୍ତ୍ତମାନ ତାହା ନାହିଁ l ମୋଦି ସରକାରଙ୍କ କାର୍ଯ୍ୟକାଳ ସମୟରେ ଉଭୟ ଦେଶର ବ୍ୟବସାୟିକ ସମ୍ପର୍କ ମଜବୁତ ହୋଇଥିଲା l ସାଉଦି ଆରବ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନର ସାଙ୍ଗ ଦେଇନଥିଲା ,ସେ ପ୍ରତ୍ୟାସିତ ଭାବରେ ଭାରତ ସହିତ ରହିଥିଲା l
ତେଲର ବଢୁଥିବା ଦର ଉଭୟ ଦେଶର ସମ୍ପର୍କରେ ସାମାନ୍ୟ ଉତେଜନା ଆଣିଦେଇଛି l ଗତ ମାସରେ ଭାରତ ସାଉଦି ଆରବକୁ ତେଲର ଉତ୍ପାଦନ ବଢାଇବା ପାଇଁ କହିଥିଲା କାରଣ ଅନ୍ତରାଷ୍ଟ୍ରୀୟ ବଜାରରେ କମ ହୋଇପାରେ l ସାଉଦି ଆରବର ଉର୍ଜାମନ୍ତ୍ରୀ ଭାରତର ଅନୁରୋଧକୁ ରକ୍ଷାକରି କହିଥିଲେ ଯେ ଆଗକୁ ଏଥିପ୍ରତି ଧ୍ୟାନ ଦେବେ କିନ୍ତୁ ଭାରତ ଗତବର୍ଷ ଯେଉଁ ତେଲ ଶସ୍ତାରେ କିଣିଥିଲା ସେହି ତେଲକୁ ପ୍ରଥମେ ଖର୍ଚ କରୁ l ସାଉଦି ଆରବର ଏହି ବୟାନ ଭାରତ ପାଇଁ ଝଟକା ଥିଲା l କାରଣ ଭାରତ ଇରାନ ଠାରୁ ତେଲ ନକିଣି ସାଉଦି ଆରବ ଠାରୁ କିଣୁଥିଲା ସେଥିପାଇଁ ଭାବୁଥିଲା ସାଉଦି ଆରବ ପାଖରୁ କିଛି ରିହାତି ମିଳିବ l
Comments are closed.