ନୂଆଦିଲ୍ଲୀ : ଜଳନ୍ଧରର ଗୋଟିଏ ସ୍କୁଲର ଜଣେ ଶିକ୍ଷୟତ୍ରୀ ନିଜର ୧୩ ବର୍ଷର ଛାତ୍ର ସହିତ ଜବରଦସ୍ତି ବିବାହ କରିବା ଦ୍ୱାରା ଅଜବ ମାମଲା ସାମ୍ନାକୁ ଆସିଛି l ଏହି ଶିକ୍ଷୟତ୍ରୀଙ୍କ ବିବାହରେ ବିଳମ୍ବ ହେଉଥିଲା ,ସେଥିପାଇଁ ସେ ଅନ୍ଧ ବିଶ୍ୱାସ କାରଣରୁ ଏପରି କରିଛନ୍ତି l ଶିକ୍ଷୟତ୍ରୀ ଜଣଙ୍କ ଭାବିଥିଲେ ଯେ ଏହା ଦ୍ୱାରା ତାଙ୍କର ମାଙ୍ଗଳିକ ଦୋଷ ଦୂର ହୋଇଯିବ l ନାବାଳକ ଛାତ୍ରର ଘରଲୋକଙ୍କ ପକ୍ଷରୁ ପୋଲିସରେ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଅଭିଯୋଗ ଦିଆଯାଇଛି l ଏଥିରେ ଦର୍ଶ ଯାଇଛି ଯେ ଶିକ୍ଷୟତ୍ରୀ ଜଣଙ୍କ ଛାତ୍ର ଜଣଙ୍କୁ ଟିୟୁସନର ଲାଳସା ଦେଇ ୬ ଦିନ ପର୍ଯ୍ୟନ୍ତ ନିଜ ଘରେ ଅଟକ ରଖି ବିବାହ କରିଥିଲେ l କିନ୍ତୁ ଏହି ବିବାହ କେବଳ ପ୍ରତିକାର ସ୍ୱରୂପ ଥିଲା l
ଛାତ୍ର ଜଣଙ୍କ ଘର ଲୋକ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଅଟନ୍ତି l ପୋଲିସରେ ଅଭିଯୋଗ ହେବ ପରେ ପୋଲିସ ଏବାବଦରେ ଅନୁସନ୍ଧାନ କରୁଛି l ଅଭିଯୋଗରେ ଆହୁରି ମଧ୍ୟ ଦର୍ଶା ଯାଇଛି ଯେ ୬ ଦିନ ପର୍ଯ୍ୟନ୍ତ ଛାତ୍ର ଜଣଙ୍କୁ ଜବରଦସ୍ତି ଘରେ ରଖାଯାଇ ବିବାହର ସମସ୍ତ ବିଧି ସମ୍ପୂର୍ଣ୍ଣ କରାଯାଇଥିଲା l ହଳଦୀ ଓ ମେହେନ୍ଦି କାର୍ଯ୍ୟକ୍ରମ ସହିତ ଚତୁର୍ଥୀ କାର୍ଯ୍ୟର ମଧ୍ୟ ସମସ୍ତ କାର୍ଯ୍ୟ ନାଟକ ଭାବରେ କରାଯାଇଥିଲା l ଏହା ପରେ ପୁରହିତଙ୍କ କହିବା ମୁତାବକ ଚୁଡ଼ି ଭାଙ୍ଗି ବିଧବା ହେବାର ନାଟକ ମଧ୍ୟ ହୋଇଥିଲା l
କେବଳ ସେତିକି ନୁହେଁ ଏହାପରେ ଗୋଟିଏ ଶୋକ ସଭାର ଆୟୋଜନ ମଧ୍ୟ କରାଗଲା l ବିବାହ କାର୍ଯ୍ୟ ସାରିବା ପରେ ଛାତ୍ର ଜଣଙ୍କୁ ତାଙ୍କ ଘରକୁ ପଠାଇ ଦିଆ ଯାଇଥିଲା ସେ ନିଜ ଘରଲୋକଙ୍କ ଆଗରେ ସମସ୍ତ ଘଟଣା କହିଥିଲେ l ଅଭିଯୁକ୍ତ ଶିକ୍ଷୟତ୍ରୀ ଓ ପୁରହିତ ଥାନାରେ ପହଂଚି ମାମଲାକୁ ଦଫାରଫା କରିବାକୁ ଚେଷ୍ଟା କରିଥିଲେ l ଯେତେବେଳେ ଉପରିସ୍ଥ ପୋଲିସ ଅଧିକାରୀଙ୍କୁ ସୂଚନା ମିଳିଲା ସେ ଯାଞ୍ଚ କରିବା ପାଇଁ ନିର୍ଦେଶ ଦେଇଥିଲେ l
Comments are closed.