Odisha news

ଶେଷରେ ପ୍ରତିକ୍ଷାର ଅନ୍ତ ଘଟିଲା : ବିଜେପି ପ୍ରାଥୀ ଘୋଷଣା କରିବା ପରେ ରାଜ୍ୟସଭା ସାଂସଦ ପଦରୁ ସପନ ଦାସ ଗୁପ୍ତାଙ୍କ ଇସ୍ତଫା

ରାଜ୍ୟସଭା ସାଂସଦ ସ୍ବପନ ଦାସଗୁପ୍ତାଙ୍କୁ ଦଳୀୟ ପ୍ରାର୍ଥୀ ଟିକେଟ୍‌ ପ୍ରଦାନ କରିବା ପରେ ସେ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସାଂସଦ ଦାସଗୁପ୍ତା ମଙ୍ଗଳବାର ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ଏପ୍ରିଲ ୬ ରେ ୱେଷ୍ଟ ବେଙ୍ଗାଳରେ ତୃତୀୟ ପର୍ଯ୍ୟାୟ ମତଦାନ ପାଇଁ ସପନ ଦାସଗୁପ୍ତା ଙ୍କ ନାମ ସମେତ 26 ଜଣ ପ୍ରାର୍ଥୀଙ୍କ ନାମ ବିଜେପି ରବିବାର ଘୋଷଣା କରିଥିଲା l କିନ୍ତୁ ବର୍ତ୍ତମାନ ଦାସଗୁପ୍ତଙ୍କ ରାଜ୍ୟସଭା ସଦସ୍ୟତା ସମାପ୍ତ କରିବାକୁ ଟିଏମସି ଏକ ସ୍ୱତନ୍ତ୍ର ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଥିଲା l

ୱେଷ୍ଟବେଙ୍ଗଲ ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜୋରସୋରରେ ଚାଲିଛି l ବିଜେପି ପକ୍ଷରୁ ରାଜ୍ୟସଭାର ମନୋନୀତ ସଦସ୍ୟ ତଥା ବଙ୍ଗଳା ରାଜନୀତିର ଅନ୍ୟତମ ମୁଖ ସପନ ଦାସଗୁପ୍ତାଙ୍କୁ ହୁଗୁଳୀ ଜିଲ୍ଲାର ତାରକେଶ୍ୱର ବିଧାନସଭା ଆସନପାଇଁ ପ୍ରାଥୀ କରିଥିବା ବେଳେ ଟିଏମସି ଏହାକୁ ପ୍ରବଳ ବିରୋଧ କରୁଛି l ଭାରତର ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ତାଙ୍କ ସ୍ଥିତିକୁ ଦର୍ଶାଇ ଟିଏମସି ସାଂସଦ ମହୁଆ ମୋଇତ୍ରା ପ୍ରଥମେ ଦାସଗୁପ୍ତାଙ୍କ ପ୍ରାର୍ଥୀତ୍ୱ ବିରୋଧ କରି ଏହି ପ୍ରସଙ୍ଗ ଉଠାଇଥିଲେ।

ମହୁଆ ମିତ୍ରଙ୍କ ଦ୍ୱାରା ଉଠାଯାଇଥିବା ପ୍ରସଙ୍ଗ
ସାଂସଦ ମିତ୍ର ଟ୍ୱିଟରରେ ଏକ ପୋଷ୍ଟରୁ ତାଙ୍କର ପଦକ୍ଷେପ ଆରମ୍ଭ କରିଥିଲେ। ସେ କହିଛନ୍ତି ଯେ ସପନ ଦାସଗୁପ୍ତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ୁଛନ୍ତି କିନ୍ତୁ ସମ୍ବିଧାନର ଦଶମ ଅନୁସୁଚି କହୁଛି ଯଦି ଜଣେ ରାଜ୍ୟସଭା ନିର୍ବାଚିତ ସାଂସଦ ଶପଥ ଗ୍ରହଣ କରନ୍ତି ଏବଂ ଏହାର ୬ ମାସର ଅବଧି ଶେଷ ହୁଏ ଯଦି ସେ କୌଣସି ରାଜନରାଜନୈତିକ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟତା ପାଇଁ ଅଯୋଗ୍ୟ ଘୋଷିତ କରାଯିବ।

ଏପ୍ରିଲ 2016 ରେ ସପନ ଦାସ ଗୁପ୍ତା ଶପଥ ଗ୍ରହଣ କରିଥିଲେ, ଯାହା ଏବେବି ଚାଲିଛି | ଏବେ ସେ ବିଜେପିରେ ଯୋଗଦେବା ପରେ ଅଯୋଗ୍ୟ ଘୋଷିତ ହେବା ଉଚିତ୍। ଆଜି ଟିଏମସି ରାଜ୍ୟ ସଭାରେ ଏହି ପ୍ରଙ୍ଗ ଉଠାଇବାକୁ ଯାଉଛି l

ଭାରତର ସମ୍ବିଧାନର ଦଶମ କାର୍ଯ୍ୟସୂଚୀ ଅନୁସାରେ ସାଂସଦ ସପନ ଦାସ ଗୁପ୍ତା ବିବାଦ ଭିତରକୁ ଟାଣିହୋଇଆସିଥିଲେ l ଯଦିଓ ଦାସଗୁପ୍ତା ତାଙ୍କ ନାମାଙ୍କନପତ୍ର ଦାଖଲ କରିନାହାଁନ୍ତି, ତଥାପି ସେ କହିଥିଲେ ଯେ ତାରକେଶ୍ୱରରୁ ମୋତେ ଟିକେଟ ଦିଆଯାଇଥିବାରୁ ମୁ ବହୁତ ଗର୍ବ ଅନୁଭବ କରୁଛି ଓ ଆଗକୁ ସୁନାର ବାଙ୍ଗଲା ଦେଖିବାକୁ ଚାହୁଁଚି l

Comments are closed.