ନୂଆଦିଲ୍ଲୀ : ଭାରତରେ ଅଧିକାଂଶ ଲୋକ ଭିକ୍ଷା ବୃତି କରି ନିଜର ଗୁଜୁରାଣ ମେଣ୍ଟାଈ ଥାନ୍ତି l କିନ୍ତୁ ଏହା ଆଜିକାଲି ବିପୁଳ ଭାବରେ ବ୍ୟାପି ଚାଲିଛି l ଏହିଭଳି ଭିକାରି ମାନଙ୍କ ସଂଖ୍ୟା ପାଖାପାଖି ୪ ଲକ୍ଷ ହେବ ,କିନ୍ତୁ ପଶ୍ଚିମବଙ୍ଗରେ ଭିକାରି ମାନଙ୍କର ସଂଖ୍ୟା ଖୁବ ଅଧିକ ବୋଲି ଆଲୋଚନା ହେଉଛି l ଭାରତରେ ଭିକାରି ମାନଙ୍କ ସଂଖ୍ୟାକୁ ନେଇ ସାମାଜିକ ନ୍ୟାୟ ଓ ଅଧିକାରୀତା ମନ୍ତ୍ରଣାଳୟ ରିପୋର୍ଟରେ କୁହା ଯାଇଛି ଯେ ସବୁଠାରୁ ଅଧିକ ଭିକାରି ପଶ୍ଚିମ ବଙ୍ଗରେ ରହିଛନ୍ତି ଯାହାର ସଂଖ୍ୟା ୮୧୨୪୪ ଅଟେ l
ଦେଶରେ ସମୁଦାୟ ଭିକାରୀଙ୍କ ସଂଖ୍ୟା ୪ ଲକ୍ଷ ଥିବାବେଳେ କେବଳ ପଶ୍ଚିମବଙ୍ଗରେ ଏକ ଲକ୍ଷ ଭିକାରି ବସବାସ କରୁଛନ୍ତି l ଉତ୍ତରପ୍ରଦେଶରେ ୬୮୮୩୫ ଭିକାରି ବସତି ସ୍ଥାପନ କରିଛନ୍ତି ,ଆନ୍ଦ୍ରପ୍ରଦେଶରେ ୩୦୨୧୮ ଭିକାରି ଭିକ୍ଷା ବୃତି କରୁଛନ୍ତି ,ବିହାରରେ ୨୯୭୨୩ ଭିକାରି ରହୁଛନ୍ତି ,ଓଡ଼ିଶାରେ ୨୮୬୯୫ ଭିକାରି ରହିଛନ୍ତି ,ମଧ୍ୟପ୍ରଦେଶରେ ୨୭୩୧୫ ଭିକାରି ବୃତି କରୁଛନ୍ତି ,ରାଜସ୍ଥାନରେ ୨୫୮୮୩ ଭିକାରି ରହିଛନ୍ତି ,ଦିଲ୍ଲୀରେ ୨୧୮୭ ଭିକାରି ବୃତି କରୁଥିବା ବେଳେ ଯେବେକି ଚଣ୍ଡୀଗଡରେ ମାତ୍ର ୧୨୧ ଜଣ ଭିକାରି ଭିକ୍ଷା ବୃତି କରୁଛନ୍ତି l
ଏହା ସରକାରୀ ସଂଖ୍ୟା ଭାବରେ ଜଣା ପଡିଛି ,ସେହି ଅନୁସାରେ ଲାକ୍ଷା ଦୀପରେ ୨ଜଣ ଭିକାରି ଭିକ ମାଗୁଥିବାର ତଥ୍ୟ ସାମ୍ନାକୁ ଆସିଛି l କିନ୍ତୁ ପ୍ରଶ୍ନ ଉଠୁଛି ଯେ ବେସରକାରୀ ଭବରେ ଆଉ କେତେ ଭିକାରି ଭାରତ ବର୍ଷରେ ଅଛନ୍ତି ଓ ସେମାନଙ୍କର ସଂଖ୍ୟା କେତେ ?କାରଣ ଏଠାରେ ଅଧିକାଂଶ ରାଜ୍ୟର ଭିକାରୀଙ୍କ ସଂଖ୍ୟା ଦର୍ଶାଯାଇ ନାହିଁ ,ତାର ଅର୍ଥ ଏହା ନୁହେଁ ଯେ ଅନ୍ୟ ରାଜ୍ୟରେ ଆଦୌ ଭିକାରି ନାହାନ୍ତି l ଦେଖାଯାଉ ଆଗକୁ ଥିବା ଜନଗଣନା ଅନୁସାରେ ଏହି ଭିକାରୀଙ୍କ ସଂଖ୍ୟା କେତେ ବଢୁଛି l