ନୂଆଦିଲ୍ଲୀ : ପାକିସ୍ତାନର ଗୋଟିଏ ସହରରେ କଣ୍ଟା ତାର ଲଗାଇ ଦୁଇ ଭାଗରେ ଵିଭକ୍ତ କରାଯାଇଛି l କିନ୍ତୁ ପାକିସ୍ତାନ ସରକାରଙ୍କର ଏହି ନିଷ୍ପତିକୁ ସାଧାରଣ ଲୋକ ବିରୋଧ କରୁଛନ୍ତି ,ଏହି ମାମଲାଟି ଗ୍ଵାଦର ନାମକ ସହରର ଅଟେ l ମିଳିଥିବା ସୂଚନା ଅନୁସାରେ ବଲୁଚିସ୍ତାନର ଗ୍ଵାଦର କଣ୍ଟା ତାର ଲଗା ଯାଉଛି ଯାହା ଗୋଟିଏ ସହରକୁ ବିଭକ୍ତ କରିବ l ସ୍ଥାନୀୟ ଲୋକ ମାନେ କହିଛନ୍ତି ଯେ କଣ୍ଟା ତାର ଘେରା ଯିବା ଦ୍ୱାରା ସହରରୁ ଗ୍ରାମୀଣ ଅଂଚଳ ଦୂରତା ବଢ଼ିଯିବ ଓ ଲୋକମାନେ ରୋଜଗାର କରି ଖାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବେ l ପ୍ରକୃତ ଘଟଣାଟି ହେଲା ଗ୍ଵାଦର ପାକିସ୍ତାନ ଚୀନ କରିଡର ଯୋଜନାର କେନ୍ଦ୍ର ଭାବରେ ଜଣାଶୁଣା l
କିନ୍ତୁ ଏଠାକୁ ଆସୁଥିବା ସାଧାରଣ ଜନତାକୁ ମଧ୍ୟ ଚେକ୍ ପୋଷ୍ଟ ଓ ସୁରକ୍ଷା ଯାଞ୍ଚ ସହିତ ଯିବାକୁ ପଡିବ l ନିଜ ସହରକୁ ଆସୁଥିବା ଲୋକମାନେ ମଧ୍ୟ ଲାଇନରେ ଠିଆ ହୋଇ ଅପେକ୍ଷା କରିବେ l ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ କଣ୍ଟା ତାର ସୁରକ୍ଷା ଦୃଷ୍ଟିରୁ ପୂର୍ବରୁ ଲଗାଯିବାର ବ୍ୟବସ୍ଥା ଥିଲା ,କିନ୍ତୁ ବର୍ତ୍ତମାନ କାର୍ଯ୍ୟରେ ଲାଗ ଯାଉଛି l ଲୋକମାନଙ୍କ ବିରୋଧ ବଢିବା ଦ୍ୱାରା ବର୍ତ୍ତମାନ ଏହି ଘେରା ବନ୍ଦୀର କାର୍ଯ୍ୟକୁ ଅସ୍ଥାୟୀ ଭବରେ ବନ୍ଦ କରାଯାଇଛି l ୨୦୧୫ ରେ ପାକିସ୍ତାନ ଓ ଚୀନ ୪୬ ବିଲିୟନ ଡଲାର ବିନିମୟ ଦ୍ୱାରା ଏହି କରିଡରକୁ ତିଆରି କରିବା ପାଇଁ ଘୋଷଣା କରିଥିଲେ l ଗ୍ଵାଦର ଏହି ତାର ଜାଲି ପ୍ରସଙ୍ଗ ସାଧାରଣ ଜନତାଙ୍କ ବସ୍ତିକୁ ମଧ୍ୟ ଅଲଗା କରୁଛି l