ମହାତ୍ମା ବିଦୁର ହିନ୍ଦୁ ଶାସ୍ତ୍ରର ଜଣେ ମାନ୍ୟ ବ୍ୟକ୍ତିତ୍ୱ ଅଟନ୍ତି ,ତାଙ୍କୁ ସ୍ୱୟଂ ଧର୍ମରାଜ କୁହାଯାଏ l ନୀତି ଶାସ୍ତ୍ରକୁ ନେଇ ଆମର ପରମ୍ପରା ଚାଲିଛି ,କାରଣ ଗୃହସ୍ଥ ଜୀବନରେ ନୀତି ଶାସ୍ତ୍ରର ଅନେକ ମହତ୍ୱ ରାହିଛି l ବିଦୁରଙ୍କ ନୀତି ଶାସ୍ତ୍ରକୁ ସ୍ୱୟଂ ଭଗବାନ କୃଷ୍ଣ ମଧ୍ୟ ନିଜ ସାଂସାରିକ ଜୀବନରେ ଗ୍ରହଣ କରିଛନ୍ତି l
* ବିଦୁରଙ୍କ ନୀତିରେ ଜ୍ଞାନୀ ମାନଙ୍କର ସର୍ବଦା ପୂଜା କରାଯାଇଥାଏ l ଯେଉଁ ଘରେ ଜ୍ଞାନୀ ମାନଙ୍କୁ ଅନାଦର କରାଯାଏ ସେହିଭଳି ଘରେ କେବେବି ଭଗବାନଙ୍କ ଆଶୀର୍ବାଦ ରୁହେ ନାହିଁ l କାରଣ ଜ୍ଞାନୀ ଲୋକର ସ୍ଥାନ ସବୁବେଳେ ଶୀର୍ଷରେ ରହିଥାଏ l
* ବିଦୁରଙ୍କ ନୀତିରେ ଅହଙ୍କାରୀ ବ୍ୟକ୍ତି ସର୍ବଦା ନିଜ ଅହଂକାରକୁ ବଜାଇ ରଖିବା ପାଇଁ ଅନ୍ୟ ମାନଙ୍କ ଉପରେ କ୍ରୋଧ ଜାହିର କରିଥାଏ l ଏପରି ବ୍ୟକ୍ତି ନିଜକୁ ସମସ୍ତଙ୍କ ଠାରୁ ଉର୍ଦ୍ଧରେ ରଖେ ଓ ନିଜର ପ୍ରକୃତିକୁ ଲୁଚାଇବାକୁ ଯାଇ ହକ ଜମାଇ ଥାଏ l ଏଭଳି ଲୋକ ମାନଙ୍କ ପାଖରେ ମା ଲକ୍ଷ୍ମୀ ସ୍ଥିର ହୋଇ ରୁହନ୍ତି ନାହିଁ l
* ବିଦୁରଙ୍କ ନୀତିରେ ମା ଲକ୍ଷ୍ମୀଙ୍କୁ ଶ୍ରୀ ବୋଲି କୁହାଯାଏ l ସେ ସର୍ବଦା ସ୍ଥିରମନା ,ଶାନ୍ତ ଶୋଭାବ ,ସରଳ ଭାଷା ,ଚଞ୍ଚଳ ପ୍ରକୃତି ଓ ଆଦର୍ଶବାନ ବ୍ୟକ୍ତି ମାନଙ୍କ ପାଖରେ ରହିବାକୁ ଇଛା କରନ୍ତି l ତେଣୁ ଲକ୍ଷ୍ମୀଙ୍କୁ ବାନ୍ଧି ରଖିବା ପାଇଁ ଅହଂକାର ,ଗର୍ବ ,କ୍ରୋଧ ଇତ୍ୟାଦି ତ୍ୟାଗ କରି ନିଜ ଶୋଭାବକୁ ଶାନ୍ତ କଲେ ମାଙ୍କ ଆଶୀର୍ବାଦ ପାଇ ପାରିବେ l