ନୂଆଦିଲ୍ଲୀ : ଆପଣ କେବେ ଜାଣିଛନ୍ତି କି ନାକ ଭିତରେ ବନ୍ଧୁକ ଗୁଳି ୮ ବର୍ଷ ଧରି ଫସି ରହିବ l ଅଜ୍ଞାହଁ ,ଗୋଟିଏ ଛୋଟ ପିଲାର ନାକ ଭିତରେ ୮ ବର୍ଷ ଧରି ଗୋଟିଏ ବନ୍ଧୁକ ଗୁଳି ଫସି ରହିଥିଲା l ତାକୁ କୌଣସି ଗନ୍ଧ କି ବାସ୍ନା ହେଉ ନଥିଲା l ଯେତେବେଳେ ସେହି ପୁଅଟିର ନାକରେ ଫସିଥିବା ଗୁଳିଟି କାରଣରୁ ଦୁର୍ଗନ୍ଧ ଯୁକ୍ତ ତରଳ ପଦାର୍ଥ ନାକରୁ ବାହାରିଲା ,ସେତେବେଳେ ତାକୁ ଡାକ୍ତରଙ୍କ ପାଖକୁ ନିଆଗଲା l ଡାକ୍ତର ଯେତେବେଳେ ନକର ଯାଞ୍ଚ କଲେ ,ଆଶ୍ଚର୍ଯ୍ୟ ହୋଇ ଗଲେ l ପିଲାଟି ଯେତେବେଳେ ୧୫ ବର୍ଷର ହେଲା ଏହି ଅସୁବିଧାକୁ ଭୋଗ କରି ପ୍ରଥମ ଥର ପାଇଁ ଡାକ୍ତରଙ୍କ ପାଖକୁ ଯାଇଥିଲା l
ଯେତେବେଳେ ଡାକ୍ତର ନାକଟିର ଏଣ୍ଡସ୍କୋପି କରି ଦେଖିଲେ ଜାଣି ପାରିଲେ ଯେ ନାକରେ ଟରବିନେଟ ହୈପର ଟ୍ରଫି ନାମକ ଅସୁବିଧା ହୋଇଛି l ଏହାର ଅର୍ଥ ନାକର ଟରବିନେଟରେ ଫୁଲା ରହିଛି l ଏହି ରୋଗ ସାଇନ୍ସ ,ଏଲର୍ଜୀ ଓ ଥଣ୍ଡା କାରଣରୁ ହୋଇଥାଏ l ଡାକ୍ତର ମାନେ ଗୋଟିଏ ସ୍ପ୍ରେ ଓ କିଛି ଔଷଧ ଦେଇ ପିଲାଟିକୁ ୬ ସପ୍ତାହ ପରେ ଆସିବାକୁ କହିଥିଲେ l ଏକ ବର୍ଷ ପର୍ଯ୍ୟନ୍ତ ପିଲାଟି ଉକ୍ତ ଔଷଧକୁ ବ୍ୟବହାର କରିଥିଲେ ମଧ୍ୟ କୌଣସି ଲାଭ ମିଳିନଥିଲା ଓ ଦୁର୍ଗନ୍ଧ ଯୁକ୍ତ ତରଳ ପଦାର୍ଥ ନାକରୁ ବୋହି ଚାଲିଥିଲା l
ଏହା ପରେ ଡାକ୍ତରଙ୍କ ପାଖକୁ ଯିବା ଦ୍ୱାରା ତାର ସିଟିସ୍କାନ କରାଯାଇଥିଲା ,ସେତେବେ ଜଣା ପଡିଲା ଯେ ନକର କେବେଟିରେ ଗୋଟିଏ ୯ ମିମି ର ଗୋଲାକାର ବାହାର ତତ୍ୱ ରହିଛି l ଏହା ପରେ ପିଲାଟିର ନାକର ସର୍ଜରୀ କରାଯାଇଥିଲା ଓ ଗୋଟିଏ ଗୁଳି ବାହାର କରାଯାଇଥିଲା l ଯେତେବେଳେ ଡାକ୍ତର ତାର ଘର ଲୋକଙ୍କ ସହିତ କଥା ହୋଇଥିଲେ ଜଣାପଡିଥିଲା ଯେ ୯ ବର୍ଷର ଥିବା ସମୟରେ ତାକୁ ଥରେ ଗୁଳି ବାଜିଥିଲା ଓ ଘରଲୋକ ଭାବିଥିଲେ ଗୁଳିଟି ତା ଶରୀରକୁ ନଛୁଇଁ ବାହାରେ ଯାଇଛି l ବୋଧହୁଏ ସେହି ସମୟରେ ଉକ୍ତ ଗୁଳିଟି ନାକରେ ପଶି ଯାଇଥିଲା l ତା ଘର ଲୋକ କହିଥିଲେ ଯେ ଭଗବାନଙ୍କ ଦୟାରୁ ଆମ ପୁଅ ଜୀବନ୍ତ ଅଛି ତାର କୌଣସି କ୍ଷତି ହୋଇ ନାହିଁ l