ନୀଳଗିରି-୨୭/୦୨-ନୀଳଗିରି ଟ୍ରକ ମାଲିକ ସଂଘ ସମସ୍ତ ନୀତି ନିୟମକୁ ଅଣଦେଖା କରୁଛି ବୋଲି ଖୋଦ ଟ୍ରକ ମାଲିକ ସଂଘର ଉପସଭାପତି ନିହାର ରଂଜନ ମହାପାତ୍ର ସମେତ ୪୦ ରୁ ଅଧିକ ଟ୍ରକ ମାଲିକ ଅଭିଯୋଗ ଆଣିଛନ୍ତି । ସଂଘର ବିନା ପରାମର୍ଶରେ ୩୪ଜଣ ଟ୍ରକ ମାଲିକଙ୍କୁ ସଂଘରେ ନୂତନ ସଭ୍ୟ ଭାବେ ଗ୍ରହଣ କରିବା ସହିତ ୨୦୧୯ ମସିହା ସେପ୍ଟେମ୍ବର ମାସ ଠାରୁ ଅଦ୍ୟାବଧି ସଂଘର ସାଧାରଣ ବୈଠକ ନ ଡାକିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ସଭ୍ୟମାନଙ୍କ ଅଗୋଚରରେ ସଭାପତି ଓ ସଂପାଦକଙ୍କ ମନମୁଖି ଓ ଖାମଖିଆଲ ନୀତି ଯୋଗୁଁ ଏପରି କରାଯାଇଅଛି ବୋଲି ନୀଳଗିରି ଟ୍ରକମାଲିକ ସଂଘର ସଂପାଦକଙ୍କୁ ଏପରି କରାଯାଇଅଛି ବୋଲି ନୀଳଗିରି ଟ୍ରକ ମାଲିକ ସଂଘର ସଂପାଦକଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।
ଯଦି ସାତ ଦିନ ଭିତରେ ସାଧାରଣ ବୈଠକ ଡକା ନ ଯାଏ, ତେବେ ଆମ୍ଭେମାନେ ଆଇନର ଆଶ୍ରୟ ନେବୁ ବୋଲି ନିହାର ରଂଜନ ମହାପାତ୍ର, ଉମାକାନ୍ତ ଆ·ର୍ଯ୍ୟ, କୃତ୍ତ୦ିବାସ ନନ୍ଦ, ଅଜିତ ନାୟକ, ସନ୍ତୋଷ କୁମାର ସ୍ୱାଇଁ, ମନ୍ମଥ ଶତପଥି, ମାନସ ବାରିକ, ସରୋଜ ଦାସ, ରଂଜନ ପଣ୍ଡା, ଅଶୋକ ଦାସ, ଅଶେଷ ପାତ୍ର, ସିଦେ୍ଧଶ୍ୱର ନାୟକ, ସନ୍ତୋଷ ଲେଙ୍କା, ବିଜୟ ମହାପାତ୍ର, ଅଜିତ ପତି, ବିଜୟ ବିଶ୍ୱାଳ ସମେତ ୪୦ ରୁ ଅଧିକ ଟ୍ରକ ମାଲିକ ଲିଖିତ ଭାବେ ଜଣାଇଛନ୍ତି । ଏ ବାବଦରେ ସଂଘର ସଭାପତି ସୁରଞ୍ଜନ ମହାପାତ୍ରଙ୍କୁ ପଚାରିବାରୁ କୌଣସି ବେଆଇନ କାର୍ଯ୍ୟ ହୋଇ ନାହିଁ । ୨୦୧୯ ଓ ୨୦୨୦ରେ ସଂଘର ସାଧାରଣ ବୈଠକ ବସିଥିବା ବେଳେ ୩୪ଜଣ ନୂତନ ସଭ୍ୟଙ୍କୁ ଗଭର୍ଣ୍ଣିଂ ବଡିରେ ଡକାଯାଇ ଗ୍ରହଣ କରାଯାଇଥିବା ସୂଚନା ଦେଇଛନ୍ତି ।