ନୀଳଗିରି-୨୭/୦୨-ଠିକାଦାରଙ୍କଠାରୁ ସହକାରୀ ନିର୍ବାହୀଯନ୍ତ୍ରୀ ଅନୀଲ କୁମାର ପଣ୍ଡା ଲାଞ୍ଚ ନେବା ଘଟଣାର ଭିଡ଼ିଓ ଭାଇରାଲ ହେବା ପରେ ନୀଳଗିରି ବ୍ଲକ ସମ୍ମୁଖରେ ଗଣଧାରଣା ହୋଇଥିଲା । ଏବାବଦରେ ବାଲେଶ୍ୱର ଜିଲ୍ଲାପାଳ ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଲେ ହେଲେ କିଛି କାର୍ଯ୍ୟାନୁଷ୍ଠାନ ହେଲା ନାହିଁ । ପୁଣି ସେହି ସହକାରୀ ଯନ୍ତ୍ରୀ କାର୍ଯ୍ୟାଳୟରେ ଯୋଗଦେବାରୁ ଜନଅସନ୍ତୋଷ ତେଜିଥିଲା । ଏହି ଘଟଣା ନେଇ ବିରୋଧିଦଳ ନେତା ପ୍ରଦୀପ୍ତ କୁମାର ନାୟକ ମୁଖ୍ୟମନ୍ତ୍ରୀଙ୍କୁ ଘଟଣା ସମ୍ପର୍କରେ ଚିଠି ଲେଖି ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି । ଇତ୍ୟବସରେ ୨୦ଦିନ ବିିତିଯାଇଥିଲେ ମଧ୍ୟ ଅଦ୍ୟାବଧି ସହକାରୀ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ବିରୋଧରେ କୌଣସି ପଦକ୍ଷେପ ନିଆ ନଯିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।