Odisha news

ବୋରିଗୁମ୍ମା ବ୍ଲକ ରେ ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ସଂଖ୍ୟା ବୃଦ୍ଧି : ପ୍ରଶାସନ ତରଫରୁ ନିଯୁକ୍ତି ସୁଯୋଗ ନାହିଁ।

0
ବୋରିଗୁମ୍ମା (କେ.ସାକିଲି ଦୋରା)—-କୋରାପୁଟ ଜିଲ୍ଲା ହେଉଛି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା।ଏହି ଜିଲ୍ଲାରେ ବହୁତ ଲୋକ ଚାଷ କାମ କରି ନିଜର ଜୀବିକା ନିର୍ବାହ କରୁଛନ୍ତି। ଧିରେ ଧିରେ ଜିଲ୍ଲାରେ ଆଦିବାସୀ ହରିଜନ ଓ ଅନ୍ୟାନ୍ୟ ଵର୍ଗ ର ଯୁବକ ଯୁବତୀ ମାନେ ପାଠ ପଢି ଶିଖିତ ହେଲାଣି। କିନ୍ତୁ ବୋରିଗୁମ୍ମା ବ୍ଲକ ସମେତ ସାରା ଜିଲ୍ଲାରେ ଶିଖିତ ବେକାର ଯୁବକ ଯୁବତୀ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ପ୍ରଶାସନ ତରଫରୁ ନିଯୁକ୍ତି ପାଇଁ ନାହିଁ କହିଲେ ଚଳେ।ବୋରିଗୁମ୍ମା ବ୍ଳକ ହେଉଛି ୩୧ଗୋଟି ପଞ୍ଚାୟତ କୁ ନେଇ ଗଠିତ।ବ୍ଲକ ରେ ବହୁ ଶିଖିତ ବେକାର ଯୁବକ ଯୁବତୀ ପାଠ ପଢି ବେକାର ହୋଇ ବୁଲୁଥିବା ଅଭିଯୋଗ ହେଉଛି। କୌଣସି ପ୍ରକାର ନିଯୁକ୍ତି ସୁଯୋଗ ଶିଖିତ ବେକାର ଯୁବକ ଯୁବତୀ ମାନଙ୍କୁ ମିଳୁ ନାହିଁ। ମାଟ୍ରିକ ପାସ ଠାରୁ ଆରମ୍ଭ କରି ପିଜି ପିଲାମାନେ ମଧ୍ୟ ବେକାର ହୋଇ ଘରେ ବସିଛନ୍ତି।ସରକାର ବାରମ୍ବାର ନିର୍ବାଚନ ଇସ୍ତାହାରରେ ବେକାର ଯୁବକ ଯୁବତୀ ମାନଙ୍କୁ ଚାକିରୀ ଦେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି। କିନ୍ତୁ ନିର୍ବାଚନ ରଣାଙ୍ଗନ ରେ ପାରି ହୋଇଗଲେ ସରକାର ତାଙ୍କ ପ୍ରତିଶ୍ରୁତି ଭୁଲି ଯାଉଥିବା ଦେଖାଦେଇଛି। କେନ୍ଦ୍ର ସରକାର ବେକାର ଯୁବକ ଯୁବତୀ ମାନେ ନିଜେ ସ୍ୱାବଲମ୍ବୀ ହେବା ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। କିନ୍ତୁ ଏହାର ପ୍ରଭାବ ଗ୍ରାମାଞ୍ଚଳ ର ଶିଖିତ ପିଲାମାନଙ୍କ ପର୍ଯ୍ୟନ୍ତ ପହଞ୍ଚୁ ନାହିଁ। କୋବିଡ଼ କଟକଣା ପାଇଁ ଦୀର୍ଘ ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ଜିଲ୍ଲାରେ ନିଯୁକ୍ତି ମେଳା ବନ୍ଦ ରହିଛି।ବେକାର ଯୁବକ ଯୁବତୀ ମାନେ ଘରେ ରହି ନିଯୁକ୍ତି କେବେ ହେବେ ସ୍ୱପ୍ନ ଦେଖୁଥିବା ଜଣାଯାଇଛି।ଆଦିବାସୀ ବେକାର ସଂଖ୍ୟା ବି କମ ନୁହେଁ। ଜିଲ୍ଲାରେ ନାଲକୋ ଓ ଏଚ ଏ ଏଲ କୁ ବାଦ ଦେଲେ କୌଣସି ଶିଳ୍ପାନୁଷ୍ଠାନ ନାହିଁ। ଜୟପୁର ପେପର ମିଲ ଦୀର୍ଘ ବର୍ଷ ହେବ ବନ୍ଦ ରହିଛି। ବେକାର ଯୁବକ କୌଣସି କାମଧନ୍ଦା ନ ପାଇ ବିପଥଗାମୀ ହେଉଥିବା ଅଭିଯୋଗ ହେଉଛି। ବ୍ଲକରେ କିଛି କାଜୁ ମିଲ ରହିଛି। ସେହି ମିଲ ରେ କେବଳ ଅଶିକ୍ଷିତ ମହିଳା ମାନେ କାମ କରୁଛନ୍ତି। କିନ୍ତୁ ଶିଖିତ ପିଲାମାନଙ୍କ ପାଇଁ କୌଣସି ସୁଯୋଗ ନାହିଁ। ତେବେ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ର ବେକାର ଯୁବକ ଯୁବତୀ ମାନଙ୍କୁ ନିଯୁକ୍ତି ନେଇ ଯୋଜନା କଲେ ଗ୍ରାମାଞ୍ଚଳର ବିକାଶ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।
Ad2
Leave A Reply