Odisha news

କଣ୍ଡରାଗଡିଆ-କଙ୍କଡାହାଟ ରାସ୍ତାର ଶିଳାନ୍ୟାସ କଲେ ବିଧାୟକ

0

ତିହିଡି,୦୩/୦୨(ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ ଅଧିନ ସାହାପୁର ପଞ୍ଚାୟତର କଣ୍ଡରାଗଡିଆ-କଙ୍କଡାହାଟ ରାସ୍ତାର ବୁଧବାର ଶିଳାନ୍ୟାସ କରାଯାଇଛି । ଚାନ୍ଦବାଲି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବ୍ୟୋମକେଶ ରାୟ ମୁଖ୍ରଅତିଥି ଭାବେ ଯୋଗ ଦେଇ ଏହି ରାସ୍ତାର ଶିଳାନ୍ୟାସ କରିଥିଲେ । ରାଜ୍ୟ ସରକାରଙ୍କ ଜଳ ସଂପଦ ବିଭାଗ ପକ୍ଷରୁ ୩୮.୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କରାଯିବ ।

ସାହାପୁର ପଞ୍ଚାୟତର କଣ୍ଡରାଗଡିଆରୁ ଆରମ୍ଭ ହୋଇ ଯାମଜୋଡି ପଞ୍ଚାୟତର କଙ୍କଡାହାଟ ଠାରେ ରାସ୍ତାଟି ଶେଷ ହେବ । ଶିଳାନ୍ୟାସ ଉତ୍ସବରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ଅଶୋକ ବଳ, ସରପଞ୍ଚ ବଳଭଦ୍ର ମାଠ, ସୁଧାଂଶୁ ଡାଙ୍ଗୁଆ, ଶାନ୍ତନୁ ବଳ, ପରେଶ ମହାନ୍ତି, ଆନନ୍ଦ ଭଞ୍ଜ, ଦୟାନିଧି ବେହେରା, ତ୍ରିଲୋଚନ ବଳ, ଅବୂଳ୍ୟ ବଳ, ବିଜୟ ବଳ, ରବିନ୍ଦ୍ର ବାରିକ, ବିଜୟ ମହାନ୍ତି, ସୁରେଶ ମିଶ୍ର ଓ ନାଗାର୍ଜୁନ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ରାସ୍ତା ଦୁଇ ପଞ୍ଚାୟତ ମଧ୍ୟରେ ଗମନାଗମନର ସହାୟତା କରିବ ।

Govt
Leave A Reply