Odisha news

ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ

0

ଶ୍ରେଷ୍ଠ ପ୍ରଶାସକ,  ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ନାନ ପରେ ଏବେ ଦୁଇଟି ଜାତୀୟ ସ୍ତରର ସର୍ଭେ ରିପୋର୍ଟରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦେଶର ସର୍ବଶ୍ରେଷ୍ଠ (ନମ୍ବର-୧) ମୁ୍ଖ୍ୟମନ୍ତ୍ରୀ ଭାବେ ବିବେଚିତ ହୋଇଛନ୍ତି । ଏହା କେବଳ ତାଙ୍କୁ ଦେଶର ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବେ ଗୌରବାନିତ୍ୱ କରିନାହିଁ, ଏହା ଓଡିଶାକୁ ଓ ଜନସାଧାରଣଙ୍କୁ ଗୌରବ ମଣ୍ଡିତ କରିଛି ବୋଲି ନିସନେ୍ଦହରେ କୁହାଯାଇପାରିବ । ଆହୁରି ମଧ୍ୟ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସର୍ଭେ ରିପୋର୍ଟରେ ଯେଉଁ କାରଣ ଦର୍ଶାଯାଇଛି, ତାହା ମଧ୍ୟ ଉଲ୍ଲେଖଯେଗା୍ୟ । ତାଙ୍କର ସ୍ୱଚ୍ଛ, ସରଳ ଭାବମୂର୍ତି, ସରଳ ଜୀବନ, କଥା କମ୍ କାମ ବେଶୀ, ଲୋକକଲ୍ୟାଣକାରୀ ଜନ ହିତକର ଯୋଜନା, ଓଡିଶାର ବିକାଶ ଏବଂ ଓଡିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ କରିବା ଚିନ୍ତାଧାରା ତାଙ୍କୁ ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ନାନରେ ମଣ୍ଡିତ କରିପାରିଥିବା ରିପୋର୍ଟରେ ଦର୍ଶାଯାଇଛି ।

କେବଳ ଏତିକି ନୁହେଁ, ଦେଶର ତୃତୀୟ ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ପଂଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ଜାତୀୟ ରାଜନୀତିରୁ ଦୂରେଇ ରହି ରାଜ୍ୟର ବିକାଶ, ସମସ୍ୟା ଓ ସମାଧାନ ଦିଗରେ ସର୍ବଦା ନିଜର ଧ୍ୟାନ କେନ୍ଦ୍ରିତ କରି ଆସିଛନ୍ତି । ସାଧାରଣତଃ ଦେଖାଯାଏ, ଜଣେ ନେତା କ୍ରମାଗତ ଦୁଇ ବା ତିନି ଥର ମୁଖ୍ୟମନ୍ତ୍ରୀ ହୋଇଗଲେ, ଜାତୀୟ ରାଜନୀତିରେ ନିଜର ପ୍ରଭାବ ଜାହିର କରିଥିବା ଆମ ଦେଶରେ ଉଦାହରଣ କିଛି କମ୍ ନୁହେଁ । ମାତ୍ର ନବୀନ ଏହାର ଏକ ବ୍ୟତିକ୍ରମ ବୋଲି କୁହାଯାଇପାରେ । କେବେହେଲେ ଜାତୀୟ ରାଜନୀତି ପ୍ରତି ଆଗ୍ରହ ପ୍ରକାଶ କରିନାହାଁନ୍ତି କିମ୍ବା ଧ୍ୟାନ ଦେଇ ନଥିବା ତାଙ୍କ ଚିନ୍ତାଧାରା, କାର୍ଯ୍ୟକ୍ରମ ସ୍ପଷ୍ଟ ପ୍ରମାଣିତ କରିଛି ବୋଲି ସ୍ୱୀକାର କରିବାକୁ ହେବ । ଉଲ୍ଲେଖଯୋଗ୍ୟ ଯେ, କ୍ରମାଗତ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶାସନ ଡୋରୀ ଧରିଥିଲେ ମଧ୍ୟ ତାଙ୍କ ନେତୃତ୍ୱ ପ୍ରତି ଜନସାଧାରଣଙ୍କ ଆସ୍ଥା ଏବେ କମି ନାହିଁ, ବରଂ ଆସ୍ଥା ବଢିଚାଲିଛି, ଯାହାକି ପ୍ରତିଥରର ନିର୍ବାଚନ ଫଳାଫଳ ପ୍ରମାଣିତ କରେ ।

ସେହିପରି ଦୁର୍ନୀତି ତାଙ୍କୁ ସ୍ପର୍ଶ କରିପାରିନାହିଁ । ଅବଶ୍ୟ ବିରୋଧି ଦଳ ପକ୍ଷରୁ ତାଙ୍କ ବିରୁଦ୍ଧରେ ବହୁ ଅଭିଯୋଗ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ବିଚାରକ ଭାବେ ଜନସାଧାରଣ ଏବଂ ଅଦାଲତ ତାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଆଉ ଏକ ଉଲ୍ଳେଖନୀୟ ଘଟଣା ହେଉଛି, ମହାବାତ୍ୟାରେ ଧ୍ୱଂସ୍ତବିଧ୍ୱସ୍ତ ଓଡିଶାରେ ଶାସନ ଦାୟିତ୍ୱ ଗ୍ରହଣ କରିଥିବା ନବୀନ ନିଜର ଦୃଢ ଇଚ୍ଛା ଶକ୍ତି ବଳରେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେଇଛନ୍ତି । ଦୁଇ ଦଶନ୍ଧି ମଧ୍ୟରେ ଓଡିଶା ପାଂଚ ପାଂଚ ଥର ମହାବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିଲେ, ଏହାର ସଫଳ ମୁକାବିଲା କରି ରାଜ୍ୟକୁ କେବଳ ବିକାଶ ପଥରେ ନେଇନାହାଁନ୍ତି, ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସିତ ହୋଇଛନ୍ତି । ପ୍ରାକୃତିକ ବିପର୍ଯ୍ୟାୟ ମୁକାବିଲାରେ ଦେଶରେ ପଥ ପ୍ରଦର୍ଶକ ହୋଇପାରିଛନ୍ତି । ସେହିପରି ମହାମାରୀ କରୋନାରେ ସଫଳ ମୁକାବିଲା କରି ଦେଶରେ ପଥ ପ୍ରଦର୍ଶନ ଭାବେ ଆଦୃତ ହୋଇଥିବାବେଳେ ତାଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ରାଜ୍ୟରେ କରୋନା ମୃତୁ୍ୟ ଓ ଆରୋଗ୍ୟ ହାର ଜାତୀୟ ହାର ଠାରୁ ବହୁ ଉଚ୍ଚରେ ରହିଛି ।

କେବଳ ଏତିକି ନୁହେଁ, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ବିଜ୍ଞାନ ଓ କାରିଗରୀ କୌଶଳ କ୍ଷେତ୍ରରେ ରାଜ୍ୟ ଏବେ ଉନ୍ନତି ପଥରେ ଥିବାବେଳେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ୧ଲକ୍ଷ କୋଟିରୁ ଅଧିକ ପୁଞ୍ଜି ନିବେଶ କରିବାରେ ସମର୍ଥ ହୋଇଛନ୍ତି । କୃଷି କ୍ଷେତ୍ରରେ ରାଜ୍ୟ ପାଂଚ ପାଂଚ ଥର ଜାତୀୟ ପୁରସ୍କାର ପାଇଥିବାବେଳେ ଲୋକଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରଣୟନ କରି ପୁରୁଷଙ୍କୁ ୫ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିସôା ସୁବିଧା ଯୋଗାଇ ଦେଇଛନ୍ତି । ରାଜ୍ୟରେ ଶିଶୁ ଓ ମାତୃ ମୃତୁ୍ୟ ହାର ହ୍ରାସ ପାଇଥିବାବେଳେ ମହିଳା ସଶକ୍ତିକରଣ ପାଇଁ ହ୍ରାସ ପାଇଥିବା ବେଳେ ମହିଳା ସଶକ୍ତିକରଣ ପାଇଁ ଅହରହ ପ୍ରୟାସ ତାଙ୍କ ସରକାରର ଆଉ ଏକ ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଇପାରିବ । ସେହିପରି ଜନ୍ମ ଠାରୁ ମରଣ ପର୍ଯ୍ୟନ୍ତ ବହୁ ଜନହିତକର ଯୋଜନା କରି ତାହାର ସଫଳତା ଲୋକଙ୍କ ନିକଟରେ ପହଁଚାଇବାରେ ସମର୍ଥ ହୋଇଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ଲୋକଙ୍କ ସମସ୍ୟା ସମାଧାନ କରି ଖୁସି ବାଂଟି ପାରିଛନ୍ତି । ଏେବେ ସମସ୍ୟା ସମାଧାନ କରି ଖୁସି ବାଂଟି ପାରିଛନ୍ତି । ଏବେ ରାଜ୍ୟର ବିଭିନ୍ନ ଧାର୍ମିକ ଏବଂ ଐତିହ୍ୟ ପୀଠ ଗୁଡିକର ନବ କଳେବର ତଥା ସୌନ୍ଦର୍ଯ୍ୟକରଣ କରି ସବୁ ବର୍ଗର ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । କହିବା ବାହୁଲ୍ୟ ଯେ, ଆଜିର ନେତାମାନଙ୍କର ଜୀବନଶୈଳୀ ପରିପୂର୍ଣ୍ଣ ଥିବାବେଳେ ନବୀନଙ୍କର ସରଳ ଜୀବନ ଯାପନ ତାଙ୍କୁ ଲୋକପ୍ରିୟ କରିପାରିଛି ।

ପ୍ରାଚୁର୍ଯ୍ୟ ମଧ୍ୟରେ ବଢିଥିବା ନବୀନ ଦୀର୍ଘ୨୦ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିବା ସତ୍ୱେ ଭୋଗ, ବିଳାଶ ତାଙ୍କୁ ସ୍ପର୍ଶ କରିପାରିନାହିଁ । ଏକଦା ରାଜନୀତିରେ ଅନଭିଜ୍ଞ ଥିବା ନବୀନ ଏବେ ରାଜ୍ୟ ଏବଂ ଦେଶରେ ଜଣେ ଅପ୍ରତିନ୍ୱଦୀ ଜନ ନେତା ଏଥିରେ ସନେ୍ଦହ ନାହିଁ । ତାଙ୍କର କଠୋର ପରିଶ୍ରମ, ନିସ୍ୱାର୍ଥପର ସେବା, ଦୁର୍ନୀତିମୁକ୍ତ ଶାସନ ତାଙ୍କୁ ଆଜି ଲୋକପ୍ରିୟତାର ଶୀର୍ଷରେ ପହଁଚାଇବା ସହ ଦେଶର ସର୍ବଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ସମ୍ନାନ ଆଣିଦେଇଛି । ନବୀନଙ୍କର ଏହି ସମ୍ନାନ, ସଫଳତା ପାଇଁ ଆମେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘ, ସୁସ୍ଥ, ନିରାମୟ ଜୀବନ କାମନା କରୁଛୁ ।

Leave A Reply