Odisha news

ବେଗୁନିଆପଡ଼ା ବ୍ଳକରେ ବିଧାୟିକାଙ୍କ ମାରାଥନ୍ ଉଦଘାଟନ ପର୍ବ।

0
କୋଦଳା : (ସୁଶାନ୍ତ କୁମାର ପଟ୍ଟନାୟକ ) : ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଗସ୍ତରେ ଆସି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ଶନିବାର ବିଭିନ୍ନ ପ୍ରକଲ୍ପର ମାରାଥନ୍ ଉଦଘାଟନ କରିଛନ୍ତି। ଫାଶୀ ପଞ୍ଚାୟତରେ ୧୦ ଟି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଲ୍ପର ଶୁଭ ଉଦ୍ଘାଟନ କରିବା ସହ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରାଯାଇଛି ।ଫାଶୀ ସ୍ଥିତ ଜଗନ୍ନାଥ ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର, ଗୋପିନାଥ ମନ୍ଦିର ନିକଟରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଗୋଷ୍ଠୀ ସାଧନ କେନ୍ଦ୍ର,ଚତୁର୍ଦ୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ପାଣ୍ଠିରେ ନିର୍ମିତ ଯୁବକ ସଂଘ ଗୃହ, ଚତୁର୍ଥ ରାଜ୍ଯ ଅର୍ଥ କମିଶନ ପାଣ୍ଠିରେ ନିର୍ମିତ ଯାତ୍ରୀ ବିଶ୍ରାମଗାର, ଗୋଷ୍ଠୀ ଶୌଚାଳୟ, କାର୍ଯ୍ଯ ନିର୍ବାହୀ ଅଧିକାରୀଙ୍କ ବାସଭବନ, ବେତାରାପଲ୍ଲୀ ଠାରେ ପାଠାଗାର ଓ ସୂଚନା କେନ୍ଦ୍ର, ମେଦିନୀପୁର ଠାରେ ବିଶ୍ୱନାଥ ସଂସ୍କୃତ ବିଦ୍ୟାପୀଠ ଗୃହ, କାଣ୍ଡସର ଠାରେ ଅଂଗନବାଡି କେନ୍ଦ୍ର ୧ ର ଗୃହ, ଲାଠୁଳି ଠାରେ ବ୍ରାହ୍ମଣ ସାହି କୋଠଘର, ଉଦଘାଟନ କରିଥିଲେ ବିଧାୟିକା। ଏହା ପରେ ଦିଗାପଡା ପଞ୍ଚାୟତର ୧୧ ଟି ପ୍ରକଳ୍ପ ଯଥା, ପାଠାଗାର,କୋଠଘର,ଶ୍ମଶାନ ଗୃହ ପଞ୍ଚାୟତ ଅତିରିକ୍ତ ଗୃହ, ହାଇସ୍କୁଲ ଅତିରିକ୍ତ ଗୃହ, ରେଗିଂଟି ପଲ୍ଲୀ ଯାତ୍ରୀ ବିଶ୍ରାମଗାର, କୋଠଘର,ଢାମଣାଖୋଲ କୋଠଘର, ଧନଞ୍ଜୟପୁର କୋଠଘର, ନେଉଳି କୋଠଘର ଓ ଶ୍ମଶାନ ଗୃହ ଉଦ୍ଘାଟନ କରାଯାଇଥିଲା। ଏଥି ସହିତ ଚନ୍ଦନପୁର ପଞ୍ଚାୟତର ୫ ଟି ପ୍ରକଳ୍ପ ଯଥା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ବାସଭବନ, ଗ୍ରାମୀଣ ବ୍ଯାୟାମ ଶାଳା, ବଜାର ଗୃହ, ଗ୍ରାମୀଣ ଉଦ୍ଯାନ, ଗ୍ରାମର ରୋଷଘରକୁ ଉଦଘାଟନ କରାଯିବା ସହ ମୁଣ୍ଡୁଳା ଠାରେ ଗୋଷ୍ଠୀ ସାଧନ କେନ୍ଦ୍ରର ଶିଳାନ୍ୟାସ କରାଯାଇଥିଲା। ।କାର୍ଯ୍ୟକ୍ରମରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ଯକ୍ଷା ପ୍ରତିନିଧି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ମନୋଜ କୁମାର ପାଣ୍ଡି, ଫାଶୀ ସରପଞ୍ଚ ନବୀନ ଦଳେଇ, ଦିଗାପଡା ସରପଞ୍ଚ ପୂଜା ପରିଡା, ଚନ୍ଦନପୁର ସରପଞ୍ଚ ମଧୁସୂଦନ ସାହୁଙ୍କ ସମେତ କନିଷ୍ଠ ଯନ୍ତ୍ରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
Leave A Reply