କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କୁମ୍ଭାରଗାଁ ପଞ୍ଚାୟତ ଉପନିର୍ବାଚନ ରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ସତୀଶ ରଂଜନ ତାରେଣୀ। ଆସନ୍ତା ଫେବୃୟାରୀ ୧୧ ରେ ଏହି ପଞ୍ଚାୟତ ପାଇଁ ଉପ ନିର୍ବାଚନ ହେବାକୁ ଥିବା ବେଳେ ଗତ ୧୮ ଜାନୁଆରୀରେ ନାମାଙ୍କନ ପତ୍ର ଦାଖଲ କରିଥିଲେ ୩ ଜଣ ପ୍ରାର୍ଥୀ। ତେବେ ବିଜେପି ସମର୍ଥିତ ପ୍ରାର୍ଥୀ ଲଳିତ କୁମାର ସ୍ବାଇଁ ଓ ପ୍ରବୀଣ କୁମାର ସ୍ବାଇଁ ଶୁକ୍ରବାର ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଥିଲେ। ଏହାପରେ ବିଜେଡି ସମର୍ଥିତ ସତୀଶ ରଂଜନ ତାରେଣୀ ଏହି ପଞ୍ଚାୟତର ସରପଞ୍ଚ ପାଇଁ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବା ସ୍ପଷ୍ଟ ହୋଇଛି। ଗ୍ରାମର ତଥା ପଞ୍ଚାୟତର ଶାନ୍ତି ପ୍ରତିଷ୍ଠା ଓ ବିକାଶ ପାଇଁ ପ୍ରାର୍ଥୀପତ୍ର ପ୍ରତ୍ଯାହାର କରିଥିବା କହିଛନ୍ତି ଦୁଇ ପ୍ରାର୍ଥୀ ଲଳିତ ଓ ପ୍ରବୀଣ। ସୂଚନା ଯୋଗ୍ୟ ଯେ, ଏହି ପଞ୍ଚାୟତର ସରପଞ୍ଚ ପ୍ରଶାନ୍ତ କୁମାର ତାରେଣୀକଂ ଗତ ୧୧ ସେପ୍ଟେମ୍ବର ୨୦୨୦ ରେ ଦେହାନ୍ତ ପରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଖାଲି ପଡ଼ିଥିଲା। ସ୍ବର୍ଗତ ପ୍ରଶାନ୍ତ କୁମାର ତାରେଣୀକଂ ପୁତ୍ର ସତୀଶ କୁଂ ବିଜେଡି ସମର୍ଥନରେ ପ୍ରାର୍ଥୀ କରାଯାଇଥିଲା।