Odisha news

କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ଋଣଖିଲାପିଙ୍କ ବିରୋଧରେ ଆରମ୍ଭକଲା ଦୃଢ କାର୍ଯ୍ୟାନୁଷ୍ଠାନ ବନ୍ଧକ ଘରବାଡି ସମ୍ପତିରେ ହେଲା ଲଟକା ଜାରି

0

କେନ୍ଦ୍ରାପଡା,୨୦/୦୧/୨୧(ରବୀନ୍ଦ୍ର ଦାଶ) : ୠଣ ପରିଶୋଧ କରୁ ନ ଥିବା ବ୍ୟକ୍ତି ଏବଂ ତାଙ୍କର ଜାମିନଦାର ଓ ତୃତୀୟପକ୍ଷ ସମ୍ପତି ବନ୍ଧକଦାତାଙ୍କ ନାମରେ ଲଟକା ଜାରିକରି ଅର୍ବାନ ବ୍ୟାଙ୍କ କର୍ତୃପକ୍ଷ ବନ୍ଧକ ଘରବାଡି ସମ୍ପତି ଦଖଲକୁ ନେବାପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆଭିମୁଖ୍ୟ ସ୍ପଷ୍ଟ କରିଅଛି । ବ୍ୟାଙ୍କର ପଡିରହିଥିବା ଏନ୍ ପି ଏ ଋଣ ଆଦାୟ ପାଇଁ ବ୍ୟାଙ୍କର ପ୍ରଶାସକ ତଥା ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତ କଡା ନିଦେ୍ର୍ଦଶ ଦେଇଛନ୍ତି । ଏହା ଦ୍ୱାରା ଖିଲାପିମାନଙ୍କ ମଧ୍ୟରେ ଘୋର ଭାଳେଣି ଦେଖାଦେବା ସହିତ ଋଣ ଶୁଝି ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ରକ୍ଷା ପାଇବାପାଇଁ ଋଣଖିଲାପି ମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।
ବ୍ୟାଙ୍କ ସୁତ୍ରରୁ ପ୍ରକାଶ ଏହିକି,କେନ୍ଦ୍ରାପଡା ସହରସ୍ଥ ବଡହାଟର ଦେବାଶିଶ ସାହୁ ପିତା-ସନାତନ, କାକଟର କୃଷ୍ଣପ୍ରସାଦ ଦାସ ପି-ନାରାୟଣପ୍ରସାଦ, ସୁନାଇଲୋର ସତ୍ୟରଂଜନ ମହାନ୍ତି ପି-ବ୍ରହ୍ମାନନ୍ଦ,ମୀରପାଟଣାର ଉମାକାନ୍ତ ମହାପାତ୍ର ପି-ଜଗନ୍ନାଥ, ଚାଟରାପାଟଣାର ମଥୁରାନନ୍ଦ ଦାସ ପି-ଝରି, ବଣିଆମାଳର ବିପିନ ଚରଣ ପଣ୍ଡା ପି-ସୋମନାଥ, ଖଡିଅଙ୍ଗର ରବିନ୍ଦ୍ରନାଥ ସାମନ୍ତ ପି-ସଦାନନ୍ଦ, ଜଇପୁରାର ଶେଖ୍ ଜମିରୁଲ୍ଲା ପି-ଶେଖ୍ ସନ୍ତିଆ, ଦିଲ୍ଲାରପୁର(ବଡହାଟ) କେ ଜି ଏନ୍ ଷ୍ଟୋର –ଶେଖ୍ ଗୋଫ୍ରାନ ପି-ଶେଖ୍ ଅବଦୁଲ ରହେମାନ୍, ଭାଗବତପୁର(ବାଲିଆ)ର ସୁରେନ୍ଦ୍ର କୁମାର ମିଶ୍ର ପି-ସୁନାମଣି ପ୍ରମୁଖ ଋଣ ଖିଲାପି ବ୍ୟକ୍ତି ମାନଙ୍କ ବିରୋଧରେ ‘ସରଫେସି ଅଧିନିୟମ-୨୦୦୨’ବଳରେ ସମ୍ପତି ଉପରେ ନୋଟିସ୍ ଲଟକାଜାରି କରାଯାଇଅଛି । ଉପରୋକ୍ତ ଉମାକାନ୍ତ ମହାପାତ୍ରଙ୍କପାଇଁ ବନ୍ଧକ ଦେଇଥିବା ସନ୍ଥପୁରାର ଦୀନବନ୍ଧୁ ଦାସଙ୍କ ନାମରେ ଲଟକା ଜାରି କରାଯାଇଥିବାରୁ ତାଙ୍କର ଉତରାଧିକାରୀ ମାନେ ଘୋର ଚିନ୍ତାରେ ପଡିଛନ୍ତି ।
ଏହି ଅଭିଯାନରେ ବ୍ୟାଙ୍କର କ୍ଷମତାପ୍ରାପ୍ତ ଅଧିକାରୀଦ୍ୱୟ ମନୋରଂଜନ ମହାନ୍ତି ଓ ଅଶୋକ କୁମାର ମହାନ୍ତି,ଋଣ ଆଦାୟ ଅଧିକାରୀ ବିଜୟ କୁମାର ସାହୁ,ଏବଂ ମୁଖ୍ୟଶାଖାର କ୍ଷେତ୍ରାଧିକାରୀ ଅଜୟ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply