ନୂଆଦିଲ୍ଲୀ : କରୋନା ମହାମାରୀ ଦ୍ୱାରା ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ଯିବା ଫଳରେ ଲୋକ ମାନଙ୍କ ମନରେ ଡର ଓ ଅସୁରକ୍ଷା ବଢି ଯାଇଛି l ନିକଟରେ ଏପରି ଗୋଟିଏ ଘଟଣା ଦେଖିବାକୁ ମିଳିଥିଲା ଯେତେବେଳେ ଜଣେ ୩୬ ବର୍ଷୀୟ ବ୍ୟକ୍ତି ବିମାନ ବନ୍ଦରର ସୁରକ୍ଷିତ ସ୍ଥଳରେ ତିନିମାସ ପର୍ଯ୍ୟନ୍ତ ଜୀବନ ବିତାଇଥିଲେ ,କାରଣ ତାଙ୍କୁ କରୋନାର ଭୟ ରହିଥିଲା l ଏହି ୩୬ ବର୍ଷୀୟ ବାକ୍ତିଙ୍କ ନାମ ହେଉଛି ଆଦିତ୍ୟ ସିଂହ ,ତାଙ୍କୁ ଚିକାଗୋ ସ୍ଥିତ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଗିରଫ କରାଯାଇଥିଲା l
ଅକ୍ଟୋବର ୧୯ ତାରିଖ ଦିନ ସେ ଓ-ହାରେ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚି ଥିଲେ ଏବଂ ତା ପରେ ଲସଏଞ୍ଜେଲେସ ବିମାନ ଯୋଗେ ଏଠାକୁ ଆସିଥିଲେ l ଏୟାର ଲାଇନ ଷ୍ଟାଫ ଯେତେବେଳେ ତାଙ୍କୁ ଆଇଡି ମାଗିଥିଲେ ସେତେବେଳେ ସେ ବିମାନ ବନ୍ଦରରୁ ପାଇଥିବା ଅପରେସନ ମ୍ୟାନେଜରଙ୍କର ବ୍ୟାଚ ଦେଖାଇ ଥିଲେ l ଏହି ବ୍ୟାଚଟିକୁ ସେ ଦେଖାଇ ତିନିମାସ ଧରି ବିମାନ ବନ୍ଦରରେ ରହିଥିଲେ l ଏହି ବ୍ୟକ୍ତି ଜଣଙ୍କ ଯାତ୍ରୀ ମାନଙ୍କ ଦ୍ୱାରା ଦିଆଯାଇଥିବା ଜିନିଷରେ ନିଜର ଗୁଜୁରାଣ ମେଣ୍ଟାଉଥିଲେ l
ମିଳିଥିବା ସୂଚନା ଅନୁସାରେ କୁକକାଉଣ୍ଟି ଜଜ ସୁଜେନା କହିଛନ୍ତି ଯେ ମୁଁ ଏହି ଘଟଣାକୁ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇ ଗଲି ଏବଂ ତାଙ୍କୁ ପଚାରିଲି କିପରି ଗୋଟିଏ ବେରୋଜଗାର ଯୁବକ ବିମାନ ବନ୍ଦରର ସୁରକ୍ଷିତ ସ୍ଥାନରେ ଆଇନ ବୁରୁଦ୍ଧ ଭାବରେ ଅକ୍ଟୋବର ୧୯ ,୨୦୨୦ ରୁ ନେଇ ୧୬ ଜାନୁଆରୀ ୨୦୨୧ ପର୍ଯ୍ୟନ୍ତ ରହୁଥିଲେ ଓ ତାଙ୍କୁ କିପରି ଭାବରେ ବିମାନ ବନ୍ଦର କର୍ମକର୍ତା ଜାଣି ପାରି ନଥିଲେ l ସ୍ଥାନୀୟ ଗଣମାଧ୍ୟମ ପକ୍ଷରୁ ଜଣା ପଡିଛି ଯେ ଆଦିତ୍ୟ ସିଂହ ଏହି ତିନିମାସ ବିମାନ ବନ୍ଦରରେ ରହିବ ଭିତରେ କାହାର କୌଣସି କ୍ଷତି କରି ନାହାନ୍ତି ଏବଂ ଯାତ୍ରୀ ମାନଙ୍କୁ ମଧ୍ୟ ହାନି ପହଞ୍ଚାଇ ନାହାନ୍ତି l ପ୍ରାଥମିକତା ଦୃଷ୍ଟିରୁ ବିମାନ ବନ୍ଦରର ଯାଞ୍ଚ କରାଯାଉଛି ଅବା ତାଙ୍କୁ ଜାନୁଆରୀ ୨୭ ତାରିଖ ଦିନ କୋର୍ଟରେ ହଜାର କରାଯିବ