କୋଣାର୍କ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହି ରାମନ୍ଦିର ନିର୍ମାଣ ର ବାର୍ତ୍ତା ଘରେ ଘରେ ପହଞ୍ଚାଇବା ଓ ରାମମନ୍ଦିର ନିର୍ମାଣରେ ପ୍ରତ୍ୟେକ ବ୍ୟକ୍ତିଙ୍କ ସହଯୋଗ କୁ ଲକ୍ଷ୍ୟରେ ରଖି ଶୁକ୍ରବାର ଦିନ କୋଣାର୍କ ଏନଏସିରେ ବୁଲିଛି ରାମଲାଲାଙ୍କ ମନ୍ଦିର ନିର୍ମାଣ ପାଇଁ ସୁସଜ୍ଜିତ ରଥ । ଏହି ରଥ କୋଣାର୍କ ଏନଏସିର ୧୩ ଟି ୱାର୍ଡ଼ ର ପ୍ରତ୍ୟେକ ଘରବୁଲି ରାମମନ୍ଦିର ନିର୍ମାଣର ବାର୍ତ୍ତା ପରସିବ ।
ଗୁଣ୍ଡୁଚିମୂଷାର ସେତୁବନ୍ଧରେ ଅଧିକାର ଭଳି ସମସ୍ତଙ୍କ ରାମମନ୍ଦିର ନିର୍ମାଣରେ ସହଯୋଗ ରହିବା ସଂପର୍କରେ ଅବଗତ କରିବ ବୋଲି ଜଣାପଡ଼ିଛି ବିଶ୍ବହିନ୍ଦୁ ପରିଷଦ କୋଣାର୍କ –ଗୋପ ଶାଖା ପକ୍ଷରୁ ଏହି ପ୍ରୟାସ ଆରମ୍ଭ ହୋଇଛି ଦେଶର ସମସ୍ତ ରାଜ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିବାର ଜଣାପଡ଼ିଛି । କୋଣାର୍କ ବିଶ୍ବହିନ୍ଦୁ ପରିଷଦ ଶାଖାର ସଭାପତି ଭାଗିରଥି ସ୍ବାଇଁ ,ସମ୍ପାଦକ ରଘୁନାଥ ମହାପାତ୍ର ଓ ଗୋପିନାଥ ସ୍ବାଇଁଙ୍କ ସମେତ ବିଶ୍ବହିନ୍ଦୁ ପରିଷଦର ସମସ୍ତ କର୍ମକର୍ତ୍ତା କୋଣାର୍କ ଏନଏସିରେ ଏହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ଅଣ୍ଟା ଭିଡିଛନ୍ତି ।