Odisha news

ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ କୋବିଡ଼-୧୯ ର ଟୀକାକରଣ ଆରମ୍ଭ : ପ୍ରଥମେ ଆଶା କର୍ମୀ ପଦ୍ମା ଟୀକା ନେଲେ।

0
ବୋରିଗୁମ୍ମା (କେ.ସାକିଲି ଦୋରା।)—- ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କୋବିଡ଼ –୧୯ ର ଟୀକାକରଣ ଶୁଭାରମ୍ଭ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କୋରାପୁଟ ଜିଲ୍ଲା ଏ ଡ଼ି ଏମ ଦେବେନ କୁମାର ପ୍ରଧାନ ଯୋଗ ଦେଇ ଟୀକାକରଣ କେନ୍ଦ୍ର କୁ ଉଦଘାଟନ କରିଥିଲେ। ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼.ରାଜରାମ ସ୍ୱାଇଁ ଙ୍କ ପ୍ରତକ୍ଷ ତତ୍ୱବଧାନରେ ଆୟୋଜିତ ଟୀକାକରଣ ରେ ପ୍ରଥମେ ବୋରିଗୁମ୍ମା ସି ଏଚ ସି ରେ କର୍ଯ୍ୟରତ ଆଶା କର୍ମୀ ପଦ୍ମା ପ୍ରଧାନୀ ପ୍ରଥମେ କୋବିଡ଼ ଟୀକା କୋବିସିଲଡ଼ ନେଇଥିଲେ। ପରେ ଅନ୍ୟାନ୍ୟ ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀ, ଆଇ ସି ଡ଼ି ଏସ ସୁପ୍ରଭାଇଜର ମାନେ କୋବିଡ଼ ଟୀକା ନେଇଥିଲେ।।କୋବିଡ଼ ଟୀକା ନେବା ପରେ ଟୀକା ନେବା ବ୍ୟକ୍ତି ଙ୍କୁ ଅଧ ଘଣ୍ଟା ଅବଜେରଭେସନ ରେ ରଖା ଯାଉଥିଲା। ଟୀକାକରଣ ର ପ୍ରଥମ ଦିବସରେ ମୋଟ ୧୦୦ ଜଣ କୋବିଡ଼ ଟୀକା ଗ୍ରହଣ କରିଥିଲେ।ତେବେ ଟୀକା ଗ୍ରହଣ କରିଥିବା କୌଣସି ଲୋକଙ୍କ ର ପାର୍ଶ୍ଵ ପ୍ରତିକ୍ରିୟା ହୋଇ ନ ଥିବା ଦେଖାଦେଇଛି। ଅନ୍ୟ ମାନଙ୍କ ମଧ୍ୟରେ କୋରାପୁଟ ଜିଲ୍ଲା ମେଡ଼ିକାଲ ରୁ ଡ଼ି ଏସ ଏମ ଓ ସ୍ମୃତିଜିତ ପଟନାୟକ, ଆଶା କୋରଡ଼ିନେଟର ନିଲଞ୍ଚଳ ପଟ୍ଟନାୟକ ଯୋଗ ଦେଇଥିବା ବେଳେ ଟୀକାକରଣ ଦାୟିତ୍ୱ ରେ ଥିବା ବସନ୍ତ ପଣ୍ଡା, ପଦ୍ମିନୀ ବାଗ, ରାଧାରାଣୀ ମହାଙ୍କଡ଼,ମଧୁସ୍ମିତା ମହାପାତ୍ର, ସରୋଜିନୀ ଦାସ, ଗୀତାଞ୍ଜଳି ଚୌଧୁରୀ, ଶାନ୍ତି ମାଳି ,ଗୋଲକ ଚୌଧୁରୀ, ପଦ୍ମଲୋଚନ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଟୀକାକରଣ ରେ ସହଯୋଗ କରିଥିଲେ। ଅନ୍ୟ ପଟେ ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ କଳା ବ୍ୟାଚ ପିନ୍ଧି ଟୀକାକରଣ କୁ ସହଯୋଗ କରିଥିଲେ।
Leave A Reply