Odisha news

ଓଲଟିଲା ଜନନୀ ସୁରକ୍ଷା ଏକ୍ସପ୍ରେସ

0

ଜଗତସିଂହପୁର : ଡ୍ରାଇଭରଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଜନନୀ ସୁରକ୍ଷା ଏକ୍ସପ୍ରେସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ସରକାରଙ୍କ ପକ୍ଷରୁ ପ୍ରସୂତୀ ମହିଳା ମାନଙ୍କୁ ବିନା ଦେୟରେ ଉତ୍ତମ ସେବା ଯୋଗାଇ ଦେବା ସହିତ ସରକାରୀ ଚିକିତ୍ସାଳୟରେ ପହଞ୍ଚାଇବା ପାଇଁ ଯୋଗାଇ ଦିଆଯାଇଛି ଜନନୀ ସୁରକ୍ଷା ଏକ୍ସପ୍ରେସ। କିନ୍ତୁ ଉକ୍ତ ଗାଡ଼ିଟିକୁ ଚଳାଉଥିବା ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ପାଇଁ ଘଟୁଛି ଦୁର୍ଘଟଣା। ଆଜି ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଥିବା OD-33-W-5754 ଜନନୀ ସୁରକ୍ଷା ଏକ୍ସପ୍ରେସ ଟି ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ପଞ୍ଚାୟତର ମହିଁସାମୁଣ୍ଡା ଗ୍ରାମ ନିକଟରେ ଦିବା ୧୧ ଘଟିକା ସମୟରେ ରାସ୍ତା କଡକୁ ଓଲଟି ପଡିଥିଲାବେଳେ ଗାଡ଼ିରେ ଡ୍ରାଇଭର ଙ୍କ ଛଡା ଆଉ କେହି ନଥିଲେ। ବିଗତ ଦିନରେ ଉକ୍ତ ଚାଳକ ଙ୍କ ବେପରୁଆ ଗାଡ଼ି ଚାଳନା ବିଷୟରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଆଜି ଦିନ ୧୧ ସମୟରେ ଉକ୍ତ ଗାଡିଟି ମହିଁସାମୁଣ୍ଡା ଗ୍ରାମକୁ ଯିବାର କାରଣ ବିଷୟରେ ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ଆବଶ୍ୟକ କାରଣ ଉକ୍ତ ଗାଡିଟି ବିନା କାରଣରେ ଦ୍ରୁତ ଗତିରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି। ଜଦି ଆଜି ସେହି ଗାଡି ମଧ୍ୟରେ ଜଣେ ପ୍ରସୂତୀ ମହିଳା ଥାନ୍ତେ ତାହେଲେ ତାଙ୍କ ଅବସ୍ଥା କଣ ହୋଇଥାନ୍ତା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ ଉକ୍ତ ଜନନୀ ସୁରକ୍ଷା ଏକ୍ସପ୍ରେସ ଓ ଚାଳକ ଙ୍କ ବିଷୟରେ ତଦନ୍ତ କରି ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

Leave A Reply