ନିଆଳି : (Rajesh Kumar Lenka):- ପବିତ୍ର ମକର ସଂକ୍ରାନ୍ତି ର ଶୁଭ ଅବସରରେ କଟକ ଜିଲ୍ଲା ନିଆଳି ବ୍ଲକ ର ଜଗନ୍ନାଥ ନୋଡାଲ ବିଦ୍ୟାପୀଠ,ଏକବେରୁଆଁ ବିଦ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ବରିଷ୍ଠ ଶିକ୍ଷକ ପ୍ରଭାସ ଚନ୍ଦ୍ର ବାରିକ୍ ଓ ଶ୍ରୀଧର ସାହୁ ଙ୍କ ପ୍ରଧାନ ଶିକ୍ଷକ ପଦୋନ୍ନତି ଅବସରରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି।
ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ର ପଦୋନ୍ନତି ଅନୁସାରେ ନିଆଳି ବ୍ଲକ୍ ର କରାଙ୍ଗ ଗ୍ରାମର ସିଦ୍ଧ ମଙ୍ଗଳା ବିଦ୍ୟାନିକେତନ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଭାସ ଚନ୍ଦ୍ର ବାରିକ୍ ଙ୍କ ପ୍ରଧାନ ଶିକ୍ଷକ ପଦବୀକୁ ପଦୋନ୍ନତି ହୋଇ ନିଆଳି ବ୍ଲକ୍ ର ଏକବେରୁଆଁ ଗ୍ରାମ ର ଜଗନ୍ନାଥ ନୋଡାଲ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି।ଶ୍ରୀ ବାରିକ୍ କରାଙ୍ଗ ହାଇ ସ୍କୁଲ ରେ ଦୀର୍ଘ ୩୬ ବର୍ଷ ଧରି ଗଣିତ ଶିକ୍ଷକ ଭାବେ କାର୍ଯ୍ୟ କରୁ ଥିଲେ।ଜଣେ ଆଦର୍ଶ ଛାତ୍ର ବତ୍ସଳ ଶିକ୍ଷକ ଭାବେ ପ୍ରଭାସ ଚନ୍ଦ୍ର ବାରିକ୍ ( ବାରିକ୍ ସାର୍ ) ନିଆଳି ଅଞ୍ଚଳରେ ପ୍ରିୟ ଭାଜନ ହୋଇ ପାରିଥିଲେ ଏବଂ ଜୀବନ ଥିବା ପର୍ଯ୍ୟନ୍ତ ଶିକ୍ଷା ଦାନ କରିବେ ବୋଲି କହିବା ସହିତ ଶିକ୍ଷକତା ବୃତ୍ତିର ଅବସର ନାହିଁ ବୋଲି ବାରମ୍ବାର କହି ଆସୁଥିଲେ।ସେହିପରି ଶାସନ ପଦା ଗ୍ରାମର ନୀଳ ମାଧବ ଜୀଉ ନୋଡାଲ ବିଦ୍ୟାପୀଠ ବିଦ୍ୟାଳୟର ସହକାରୀ ଶିକ୍ଷକ ଶ୍ରୀଧର ସାହୁ ଙ୍କ ପ୍ରଧାନ ଶିକ୍ଷକ ପଦବୀକୁ ପଦନ୍ନୋତି ହୋଇ ନିଆଳି ବ୍ଲକ ର ଶାସନ ପଦା ଗ୍ରାମ ର ଦୀର୍ଘଦିନ ଧରି ଶିକ୍ଷକତା କରି ଆସୁଥିବା ସମାନ ସ୍କୁଲ୍ ନିଆଳି ର ମାଧବ ଜୀଉ ବିଦ୍ୟାଳୟକୁ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି ହୋଇଛନ୍ତି।
ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ଓଷ୍ଟା ର ସଭାପତି ରମେଶ ଚନ୍ଦ୍ର ମହାପାତ୍ର ପ୍ରଭାସ ଚନ୍ଦ୍ର ବାରିକ୍,ଶ୍ରୀଧର ସାହୁ ଏବଂ ଜଗନ୍ନାଥ କ୍ଲଷ୍ଟର ର ସିଆରସିସି ବର୍କତ ଅଲ୍ଲୀ ଖାଁ ଙ୍କୁ ପୁଷ୍ପଗୁଚ୍ଛ , ଉପଢୌକନ ଓ ଉପହାର ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅକ୍ଷୟ କୁମାର ନାୟକ ଓ ମୁଖ୍ୟ ବକ୍ତା ପ୍ରେମାନନ୍ଦ ମହାପାତ୍ର ନିଜ ନିଜର ବକ୍ତବ୍ୟ ଦେବା ସହିତ ପଦୋନ୍ନତି ଶିକ୍ଷକ ଙ୍କ କର୍ତ୍ତବ୍ୟ ପରାୟଣ ର ପ୍ରଶଂସା କରିଥିଲେ।ଏହି ସମ୍ବର୍ଦ୍ଧନା ଉତ୍ସବରେ ଦିଲ୍ଲୀପ କୁମାର ମହାନ୍ତି,ସଂଗ୍ରାମ କିଶୋର ବଡୁ,ବିଜୟାନନ୍ଦ ସ୍ୱାଇଁ,ରମାକାନ୍ତ ସ୍ୱାଇଁ,କୁମର ଚରଣ ସ୍ୱାଇଁ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।