Odisha news

ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତିର ୬ ଦଫା ଦାବି ନେଇ ବେଗୁନିଆପଡ଼ା ବ୍ଳକ ଘେରାଉ।

0
କୋଦଳା (ସୁଶାନ୍ତ କୁମାର ପଟ୍ଟନାୟକ) ଶୁକ୍ରବାର ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ଵୟ ସମିତି ପକ୍ଷରୁ ୬ ଦଫା ଦାବି ନେଇ ବ୍ଲକ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ମନରେଗା ଯୋଜନାରେ ୨୦୦ ଦିନର କାମ ଦେବା ସହ ମଜୁରୀ ପରିମାଣ ୬୦୦ ଟଙ୍କାକୁ ବୃଦ୍ଧି କରିବା, ଗାଁ ମାନଙ୍କରେ ହେଉଥିବା ଠିକା କାମକୁ ବନ୍ଦ କରି ଗ୍ରାମ୍ଯ କମିଟି ମାଧ୍ୟମରେ କାମ କରାଯିବା, ସରକାରୀ ଧାନ ମଣ୍ଡିରେ ଉଚିତ୍ ପରିମାଣର ଧାନ କ୍ରୟ କରାଯିବା ସହ କୁଇଣ୍ଟାଲ ପିଛା ୩୦୭୦ ଟଙ୍କା ପ୍ରଦାନ,  ଧାନ ମଣ୍ଡି ଗୁଡିକୁ ତଦାରଖ କରିବା ପାଇଁ ବ୍ଲକ ସ୍ତରୀୟ କଣ୍ଟ୍ରୋଲ ରୁମ୍ ଖୋଲାଯିବା, ଗରିବ ତଥା ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ସଠିକ୍ ସମୟରେ ଭତ୍ତା ପ୍ରଦାନ କରାଯିବା, ଆଦିବାସୀ ତଥା ଜଗଂଲ ବାସିନ୍ଦାଙ୍କ ପାଇଁ ଜମି ପଟ୍ଟା ପ୍ରଦାନ, ରୁଣ ଆଣି କ୍ଷତିଗ୍ରସ୍ତ ହୋଇଥିବା ମହିଳା ଗୋଷ୍ଠୀ ମାନଙ୍କର ରୁଣ ଛାଡ, ଚାଷୀମାନଙ୍କ ସମସ୍ତ ରୁଣ ଛାଡ କରାଯିବା ସହ ବିନା ସୁଧରେ ଏକଲକ୍ଷ ଟଙ୍କା ପର୍ଯ୍ୟନ୍ତ ନୂତନ ରୁଣ ଦିଆଯିବା ଭଳି ଦାବି ନେଇ ଶହ ଶହ ସଂଖ୍ଯାରେ ମହିଳା ଓ ପୁରୁଷ ମାନେ ବେଗୁନିଆପଡ଼ା ପରିକ୍ରମା କରିବା ପରେ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏନେଇ ଏକ ସ୍ମାରକ ପତ୍ର ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମାଧ୍ୟମରେ ପ୍ରଧାନ ମନ୍ତ୍ରୀଙ୍କ ନିକଟକୁ ଦିଆଯାଇଛି। ତୁରନ୍ତ ଦାବି ଗୁଡିକ ପୂରଣ ନହେଲେ ଆଗକୁ ବିରାଟ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବସଂଘ ରାଜ୍ୟ ସଭାପତି ପ୍ରଦୀପ ସେଠୀ, ଓଡିଶା କୃଷକ ସଭା ଜିଲ୍ଲା ସଂପାଦକ ହରେକୃଷ୍ଣ ରେଡି, ଅଖିଳ ଭାରତ କୃଷକ ସଭା ଜିଲ୍ଲା ଉପ ସଭାପତି ଜୟକୃଷ୍ଣ ନାହାକ,ଜୟକୃଷ୍ଣ ନାହାକ,ନାରାୟଣ ସେଠୀ, କମଳଲୋଚନ ଗୌଡ଼, ଭାଗବତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
Nalco
Leave A Reply