କଳାହାଣ୍ଡି : ବହୁ ପ୍ରତୀକ୍ଷିତ ଇନ୍ଦ୍ରାବତୀ ମେଗାଲିଫ୍ଟ ଜଳସେଚନ ପ୍ରକଳ୍ପ କୁ ଆଜି ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲା ର ଜୟପାଟଣା କୋକସରା ଓ ଧର୍ମଗଡ ବ୍ଲକ ର ଅଣ ଜଳସେଚିତ ଅଞ୍ଚଳ ର ଚାଷି ଙ୍କ ପାଇଁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ବିଜେଡି ମାଲ ମାଳ ର ଛାମୁଆ ନେତା କଳାହାଣ୍ଡି ରେ ଡେରା ପକାଇଥିଲେ ଆଜି ଜୟପାଟଣା ମଙ୍ଗଳପୁର ନିକଟରେ ଥିବା ମେଗାଲିଫ୍ଟ ପ୍ରକଳ୍ପ ପରିସର ରେ ମୁଖ୍ୟମନ୍ତ୍ରୀ ଦିନ ୧୧.୪୫ ରେ ହେଲିକପ୍ଟର ରେ ପହଞ୍ଚି ଥିଲେ ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ଥିବା ସ୍ଵତନ୍ତ୍ର ମଞ୍ଚ ରେ ମୁଖ୍ୟମନ୍ତ୍ରୀ ଙ୍କ ସହ ୫ ଟି ସଚିବ ଭି. କେ ପାଣ୍ଡିଆନ ଉପସ୍ଥିତ ରହିଥିବା ବେଳେ ଅନ୍ୟ ଏକ ମଞ୍ଚ ରେ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଶିଶୁ ବିକାଶ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ ଧର୍ମଗଡ ବିଧାୟକ ମୌଷଧି ବାଗ ଉପସ୍ଥିତ ରହିଥିଲେ କଳାହାଣ୍ଡି ମଙ୍ଗଳପୁରରେ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଅଭି ଭାଷଣରେ କହିଛନ୍ତି ଯେ ଦିନେ କଳାହାଣ୍ଡି ରେ ଢେଲାମାଡ଼ରେ ବିଜୁବାବୁଙ୍କ ନାକ ଫାଟିଥିଲା କିନ୍ତୁ ବିଜୁବାବୁ ସବୁବେଳେ କଳାହାଣ୍ଡିବାସୀଙ୍କୁ ଭଲ ପାଉଥିଲେ କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି ଇନ୍ଦ୍ରାବତୀର ପ୍ରତିଟି ଜଳବିନ୍ଦୁ କଳାହାଣ୍ଡିକୁ ସମୃଦ୍ଧ କରିଛି ତାର ଜଳ କଳାହାଣ୍ଡିବାସୀଙ୍କ ଦେହରେ ରକ୍ତ ହୋଇ ବହୁଛି କଳାହାଣ୍ଡିରେ ମାଆ ଇନ୍ଦ୍ରାବତୀଙ୍କ ନାଁରେ ହେବ ପାର୍କ ଓ ସଂଗ୍ରହାଳୟ କଳାହାଣ୍ଡି ନୂଆ ଓଡ଼ିଶାକୁ ବିକାଶର ବାଟ ଦେଖାଇଛି ।
କଳାହାଣ୍ଡି ସ୍ବାସ୍ଥ୍ୟ ଓ ପୁଷ୍ଟିସାଧନରେ ନମ୍ବର-୧ ଜିଲ୍ଲା ହୋଇଛି କଳାହାଣ୍ଡି ଆଜି ସାରା ଦେଶ ପାଇଁ ବିକାଶର ମଡେଲ ହୋଇଛି ଏହା ସହ କଳାହାଣ୍ଡି ର ସହିଦ ରେଣ୍ଡୋ ମାଝୀଙ୍କୁ ସମ୍ମାନ ଜଣାଇଛନ୍ତି ନବୀନ କଳାହାଣ୍ଡି ବିକାଶର ଅଧ୍ୟାୟରେ ନୂଆ ଫର୍ଦ୍ଦ ଯୋଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡିକୁ ୨୦୮୫ କୋଟିର ପ୍ରକଳ୍ପର ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୧୦୬ଟି ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ନବୀନ ୧୦୬୪ କୋଟି ଟଙ୍କା ୫୪ଟି ପ୍ରକଳ୍ପର ଲୋକାର୍ପଣ କରିବା ସହ ୧୦୨୦ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି ଉପର ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପର ଲୋକର୍ପଣ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ତେବେ ୯୮୬.୭୧ କୋଟି ଟଙ୍କା ବ୍ୟୟରେ ଜଳସେଚନ ପ୍ରକଳ୍ପ ନିର୍ମିତ ହୋଇଛି ୨୫ ହଜାର ୨୭୫ ହେକ୍ଟର ଜମିରେ ଜଳସେଚନ ସୁବିଧା ହେବ ଜଳସେଚନ ପ୍ରକଳ୍ପରୁ ପ୍ରାୟ ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ ମୁଖ୍ୟମନ୍ତ୍ରୀ ଙ୍କ ଏହି ସମାବେଶରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ୍ବ ଜନସାଧାରଣ ଉପସ୍ଥିତ ରହିଥିଲେ