Odisha news

ସ୍ୱାସ୍ଥ୍ୟ କର୍ମୀ ଙ୍କ ସି ଡ଼ି ଏମ ଓ ଙ୍କୁ ଦାବିପତ୍ର ପ୍ରଦାନ। ଦାବୀ ପୂରଣ ନ ହେଲେ କରୋନା ଟୀକା ନେବୁ ନାହିଁ

0

ବୋରିଗୁମ୍ମା (K.sakil Dora) : ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନ ରେ କାର୍ଯ୍ୟରତ ଚାରୋଟି ସ୍ୱାସ୍ଥ୍ୟ ସଙ୍ଘ ର ସ୍ୱାସ୍ଥ୍ୟ କର୍ମୀ ମାନେ ସେମାନଙ୍କ ବିଭିନ୍ନ ଦାବୀ ପୂରଣ ନେଇ ବୋରିଗୁମ୍ମା ମେଡ଼ିକାଲ ଅଧିକାରୀ ନ୍କ ଜରିଆରେ ସି ଡ଼ି ଏମ ଓ ଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ସେମାନେ ଦାବିପତ୍ର ଉଲ୍ଲେଖ କରିଛନ୍ତି ଯେ ଯେ ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟ କର୍ମୀ ସଂଘ,ଓଡିଶା ବହୁମୁଖୀ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ସଙ୍ଘ, ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ସଙ୍ଘ ଓ ଓଡିଶା ରାଜ୍ୟ ମହିଳା ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ସଙ୍ଘ ଦୀର୍ଘ ଦଶ ବର୍ଷ ହେବ ସେମାନଙ୍କ ପଦବୀ ପରିବର୍ତ୍ତନ ଓ କ୍ୟାଡର ପୁନଗଠନ ନେଇ ରାଜ୍ୟ ସରକାର ଙ୍କୁ ଅବଗତ କରାଇଥିଲେ। ରାଜ୍ୟରେ ଚାରୋଟି ସ୍ୱାସ୍ଥ୍ୟ କର୍ମୀ ସଙ୍ଘ ରେ ପ୍ରାୟ ୧୫୦୦୦ ସ୍ୱାସ୍ଥ୍ୟ କର୍ମୀ କାମ କରୁଛନ୍ତି। ମହାମାରୀ କରୋନା ସମୟରେ ସ୍ୱାସ୍ଥ୍ୟ କର୍ମୀ ମାନେ ନିଜ ଜୀବନ କୁ ବିପଦ ରେ ପକାଇ ଲୋକ ଙ୍କ ସେବା କରିଥିଲେ। ଏଥିସହ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ ଯୋଜନା ରେ ତୃଣମୂଳ ସ୍ତରରେ।ଲୋକଙ୍କ ସେବା କରି ଆସୁଛନ୍ତି।

ସ୍ୱାସ୍ଥ୍ୟ ବିଭାଗ ର କାର୍ଯ୍ୟରତ ଡାକ୍ତର ଓ ଷ୍ଟାଫ ନର୍ସ ମାନେ ସେମାନଙ୍କ ଚାକିରୀ କାଳ ମଧ୍ୟରେ ୫ ରୁ ୭ ଥର ପଦୋନ୍ନତି ପାଉଥିବା ବେଳେ ସ୍ୱାସ୍ଥ୍ୟ କର୍ମୀ ମାନେ କେବଳ ଗୋଟିଏ ପଦୋନ୍ନତି ପାଉଛନ୍ତି। ଏଣୁ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦାବୀ ପୂରଣ ନ କଲେ, ରାଜ୍ୟରେ ୧୫ ହଜାର ସ୍ୱାସ୍ଥ୍ୟ କର୍ମୀ କରୋନା ଟୀକା ଗ୍ରହଣ କରିବେ ନାହିଁ। ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମେଡ଼ିକାଲ ଅଧିକାରୀ ଡ଼.ରାଜାରାମ ସ୍ୱାଇଁ ଦାବିପତ୍ର ଗ୍ରହଣ କରିଥିଲେ। ଦାବିପତ୍ର ପ୍ରଦାନ ସମୟରେ ଏ ଏନ ଏମ ଲାବଣ୍ୟବତୀ ସେଠୀ,ଗୋଲକ ଚୌଧୁରୀ ,ପଦ୍ମ ଲୋଚନ ମିଶ୍ର ସମସ୍ତ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟ କର୍ମୀ ଉପସ୍ଥିତ ଥିଲେ।

Leave A Reply