Odisha news

ଭୂବନେଶ୍ୱରର ଜଣାଶୁଣା ସମାଜ ସେବୀ ତଥା ଯୁବନେତା ଶ୍ରୀ ଲଲାଟେନ୍ଦୁ ମହାପାତ୍ରଙ୍କ ବିଜେପିରେ ଯୋଗଦାନ

0

ଭୁବନେଶ୍ୱର,ତା.୦୯/୦୧:ଭାରତୀୟ ଜନତା ପାର୍ଟୀର ନୀତି ଓ ଆଦର୍ଶଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ରମୋଦି ନେତୃତ୍ୱରେ ପରିଚାଳିତ କେନ୍ଦ୍ରସରକାରଙ୍କ ସୁଶାସନ ଓ ବିକାଶମୁଳ କକାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭୂବନେଶ୍ୱରର ଜଣାଶୁଣା ସମାଜ ସେବୀ ତଥା ଯୁବନେତା ଶ୍ରୀ ଲଲାଟେନ୍ଦୁ ମହାପାତ୍ର ଆଜି ଆନୁଷ୍ଟାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।
ରାଜ୍ୟସଭା ପତି ଶ୍ରୀ ସମୀର ମହାନ୍ତି ଆଜି ରାଜ୍ୟ କାର୍ଯ୍ୟାଳୟରେ ଶ୍ରୀ ମହାପାତ୍ରଙ୍କୁ ଦଳୀୟ ଉତରୀୟ ପିନ୍ଧାଇ ସ୍ୱାଗତ ଜଣାଇଥିଲେ । ଶ୍ରୀ ମହାପାତ୍ରଙ୍କ ଯୋଗଦାନ କାରଣରୁ ଦଳୀୟ ସଂଗଠନ ଆହୁରି ମଜବୁତ୍ ହେବବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏହି ଅବସରରେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ଜିଲ୍ଲାର ବହୁ ନେତୃ ବୃନ୍ଦ ଉପସ୍ଥିତ ଥିଲେ ।

Nalco
Leave A Reply