ରାୟଗଡା,୯ ।୧(ରବୀନ୍ଦ୍ର ପାଟଖଣ୍ଡଳ)-ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ପକ୍ଷରୁ ଆଦି ଏକ ଅନଲାଇନ ପାଠ ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷା ପ୍ରଫେସର ଭି.ଆର.ରତ୍ନଶ୍ରୀ ଏହି ଅନଲାଇନ ପାଠଚକ୍ର କୁ ଉଦଘାଟନ କରି ସ୍ୱାଗତ ଭାଷଣ ଦେଇଥିଲେ । ଉଦ୍ଭିଦ ବିଭାଗୀୟ ମୁଖ୍ୟ ଡକ୍ଟର ପ୍ରସନ୍ନ କୁମାର ଗନ୍ତାୟତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପାଠଚକ୍ରରେ ଡକ୍ଟର ରଂଜନ ନନ୍ଦ, ଡକ୍ଟର ଦେବବ୍ରତ ସିରକର ଏବଂ ଡକ୍ଟର ଶ୍ୟାମ କୁମାର ମାସାକାଲି ଉପସ୍ଥାପକ ବାବେ ଅଂଶଗ୍ରହଣ କରି କୃଷି ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅତ୍ୟାଧୁନିକ ଅଗ୍ରଗତି ଉପେ ଆଲୋକପାତ କରି କୃଷି ଓ ସ୍ୱାସ୍ଥ୍ୟର ବିଶେଷତ୍ୱ ପ୍ରତିପାଦନ କରିଥିଲେ ।
ଆୟୋଜିତ ପାଠ ସମେତ ଉଦ୍ଭିଦ ବିଜ୍ଞାନ ବିଭାଗର ଶିବ ପ୍ରସାଦ ପିଡିକା, ରାକେଶ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଆଲୋଚନା ଚକ୍ରରେ ଭାରତର ବିଭିନ୍ନ ରାଜ୍ୟରୁ ୧୦୫ ଜଣ ଅଂଶଗ୍ରହଣ କରିବା ସହ ବିଦେଶରୁ ଯଥା ନେଦରଲ୍ୟାଣ୍ଡ ଓ ପଶ୍ଚିମ ଆଫ୍ରିକାରୁ ମଧ୍ୟ ବିଜ୍ଞବ୍ୟକ୍ତି ମାନେ ଅଂଶଗ୍ରହଣ କରିଥିଲେ । ବିଭାଗୀୟ ମୁଖ୍ୟ ପ୍ରସନ୍ନ କୁମାର ଗନ୍ତାୟତ ଓ ଅନିତା ତ୍ରିପାଠୀ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ପ୍ରୟଦର୍ଶିନୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ ।
