Odisha news

ରୁପ୍ରାରୋଡଠାରେ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

0

ନର୍ଲା: (ଦୀପକ କୁମାର ଠାକୁର)ନର୍ଳା ବ୍ଲକ ଅନ୍ତର୍ଗତ ରୂପ୍ରାରୋଡ଼ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ପ୍ରଥମ କଳାପାହାଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ ହୋଇଅଛି। ଏଠାରେ ମୁଖ୍ଯ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷା ଶ୍ରୀମତୀ ମନୋରମା ମହାନ୍ତି ଏବଂ ଉପାଧକ୍ଷ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରିଥିଲେ।

ବହୁଦିନୁ ରୂପ୍ରାରୋଡ କ୍ରିକେଟ ଏକ ଜନ ଆହୁତ ଖେଳ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ତାହା ଲୋପ ପାଇଯିବାକୁ ବସିଥିବା ସମୟରେ ଆଜିର ଯୁବପିଢି ଆଗକୁ ଆସି ଏଭଳି ଏକ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ହେତୁ ମୁଖ୍ଯ ଅତିଥି ତାଙ୍କ ବକ୍ତବ୍ଯ ମାଧ୍ଯମରେ ଆୟୋଜକ ମାନଙ୍କୁ ଧନ୍ଯବାଦ ଜଣାଇଥିଲେ। ଆଜିର ଏହି ଉଦ୍ଘାଟିତ ଦିବସରେ ୨ ଗୋଟି ମ୍ୟାଚ୍ ଖେଲାଯାଇଥିଲା।

ପ୍ରଥମଟି ଲାଖପଦର ଏବଂ ଦହି ଖାଲ ମଧ୍ଯରେ ହୋଇଥିଲା ଏବଂ ଦ୍ବିତୀୟଟି କମର୍ଦ୍ଧା ଏବଂ ହରେକୃଷ୍ଣପୁର ମଧ୍ଯରେ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକୁ ଶ୍ରୀ ନିରଜ ଶର୍ମା, ମିଟୁ ଡାକୁଆ, ଲୋକନାଥ ନାଏକ, ରିଜେଶ ଅଗ୍ରୱାଲ, ସାମ୍ବାଦିକ ଦିପକ ମହାନ୍ତି, ସାମ୍ବାଦିକ ରଂଜନ ମହାନ୍ତି ଏବଂ ସମସ୍ତ କର୍ମ କର୍ତ୍ତା ସହଯୋଗ କରିଥିଲେ।

Leave A Reply