ତିହିଡି,୦୩/୦୧ (ଯଦୁମଣି ପାଣିଗ୍ରାହୀ): ତିହିଡି ବ୍ଲକ କୋହ୍ଲ ପଞ୍ଚାୟତ ଅଧିନ ମୂଷାଙ୍ଗ ମେଳନ ପଡିଆରେ ରବିବାର ମା’ ଝାଡେଶ୍ୱରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ଏମ୍ଟିସିଟି କମାରିଆ ୧୫ ରନରେ ରୟାଲ ଷ୍ଟ୍ରୋକର ଉଗାଳପୁରକୁ ହରାଇ ଚମ୍ପିୟାନ ହୋଇଛି । ଉଦଯାପନୀ ମ୍ୟାଚରେ ଏମଟିସିଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ହରାଇ ୭୯ ରନ୍ ସଂଗ୍ରହ କରିଥିଲା ।
ଏହାର ଜବାବରେ ରୟାଲ ଷ୍ଟ୍ରୋକର ୧୫ ଓଭରରେ ୯ ଉଇକେଟ ହରାଇ ମୋଟ ୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା ।ଧନଞ୍ଜୟ କରଣଙ୍କୁ ବେଷ୍ଟ ବେଟ୍ସ ମ୍ୟାନ ଏବଂ ମ୍ୟାନ ଅଫ ଦି ମ୍ୟାଚ ଭାବେ ଏବଂ ବେଷ୍ଟ ବୋଲର ଭାବେ ପ୍ରିୟ ନାୟକଙ୍କୁ ଘୋଷଣା କରାଯାଇଥିଲା । ମୁଖ୍ୟଅତିଥି ଭାବେ ଗୀତିକାର ପଞ୍ଚାନନ ନାୟକ ଯୋଗଦେଇ ଚମ୍ପିୟନ ଦଳକୁ ଟ୍ରଫି ଓ ରନର୍ସଅଫକୁ ଟ୍ରଫି ପ୍ରଦାନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଗୋପୀନାଥ ବାରିକ ଯୋଗ ଦେଇଥିଲେ । ସମ୍ବିତ କୁମାର ବଳ ଓ ସନ୍ତୋଷ ସେଠୀ ମ୍ୟାଚ ପରିଚାଳନା କରିଥିଲେ । ସତ୍ୟପ୍ରକାଶ ପାଣିଗ୍ରାହୀ, ସୁମିତ ବଳ, ମାନସ ନାୟକ, ଦେବାଶିଷ ସେଠୀ, ନିରାକାର ସେନାପତି, ରତିକାନ୍ତ ସେଠୀ, କାହ୍ନୁଚରଣ ବଳ, ସୁଜିତ ବଳ, ସମ୍ପଦ ନାୟକ ଓ ଶରତ ନାୟକ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହାୟତା କରିଥିଲେ ।