Odisha news

ଫୁଲବାଣୀରେ କୋଭିଡ ଟିକା ପ୍ରଦାନ ପାଇଁ ଗଣ ଅଭ୍ୟାସ

0

ଫୁଲବାଣୀ,୦୨/୦୧, କୋଭିଡ ଟିକା ପ୍ରଦାନ ପୁର୍ବର ଅବ୍ୟବହିତ ପୁର୍ବରୁ ଫୁଲବାଣୀରେ ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ପରିସରରେ ୨୫ ଜଣଙ୍କୁ ନେଇ ଟିକାଦାନର ଗଣ ଅଭ୍ୟାସ କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସ୍ୟାଳୟ ସମେତ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ କନ୍ଧମାଳରେ ୧୪ଟି କେନ୍ଦ୍ରରେ ଏହି ଟିକା ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଥିବା କ୍ଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡିଛି । କନ୍ଧମାଳ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ବିଭାଗ ଏବଂ ସମନ୍ୱିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ଏହି ଟିକା ପ୍ରଦାନ କରାଯିବ ।

ଏଥିପାଇଁ ୧୮୩ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଏହି ଟିକାଦାନ କାର୍ଯ୍ୟ ସମ୍ପାଦନ କରିବାକୁ ପ୍ରସ୍ତୁତ ରହିଛନ୍ତି । ତେବେ ସେମାନଙ୍କୁ ଏହି କାର୍ଯ୍ୟରେ ବିଭିନ୍ନ ସହାୟତା ପାଇଁ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଏହି ଅଭ୍ୟାସରେ ଭାଗ ନେଇଛନ୍ତି । ତେବେ ଏହି ଟିକାର ଆଗମନକୁ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ସମେତ ପୋଲିସ କର୍ମଚାରୀ ଓ ସାଧାରଣ ଲୋକେ ମଧ୍ୟ ଆତୁରତାର ସହିତ ଅପେକ୍ଷା କରିଛନ୍ତି ।

Leave A Reply