ନୂଆଦିଲ୍ଲୀ : କରୋନା ମହାମାରୀ ଚାଲିଥିବ ବେଳେ ବିଶ୍ୱର ଅଧିକାଂଶ ସ୍ଥାନାରେ ଏବେ ମଧ୍ୟ ଲକଡଉନ ଚାଲିଛି ଓ ଅନେକ ପବ୍ଲିକ ପ୍ଲେସରେ ଅନେକ ପ୍ରକାରର ପବନ୍ଧୀ ଲଗାଯାଇଥିବାର ଦେଖିବାକୁ ମିଳୁଛି l ଅନେକ ସହରରେ ଲୋକମାନେ ଲକଡାଉନକୁ ନେଇ ଅଧର୍ଯ୍ୟ ହୋଇ ଗଲେଣି l ଏହି ଭଳି କିଛି ରୁଷରେ ଦେଖିବାକୁ ମିଳିଥିଲା l ରୁଷରେ ଚଳନ୍ତା ମେଟ୍ରୋ ଟ୍ରେନରେ ଅଧିକାଂଶ ଦମ୍ପତି ଓ ପ୍ରେମିକ ପ୍ରେମିକା ଯୋଡି ଚୁମ୍ବନ କରି ନିଜର ବିରୋଧ ପ୍ରଦର୍ଶନ କରିଥିଲେ l ଅମାନଙ୍କରେ ମାଧ୍ୟାରୁ କିଛି ଲୋକ କହିଛନ୍ତି ଯେ ଆମର ଉଦେଶ୍ୟ କାହାର ଭାବନାକୁ ଆଘାତ କରିବା ନୁହେଁ l
ଆମେ ମାନେ କୌଣସି ସରକାରୀ କର୍ମଚାରୀଙ୍କର କର୍ମକୁ ମଧ୍ୟ ଖରାପ କରୁ ନାହୁଁ l ଖାସ କରି କରୋନା ସମୟରେ ସଙ୍ଗୀତଜ୍ଞ ମାନଙ୍କ ଉପରେ ଅଧିକ ଚାପ ପଡିଥିଲା l ଅନେକ ସଙ୍ଗୀତଜ୍ଞ ଏହି ପରି ଥିଲେ ଯେଉଁମାନେ କରୋନା ପାଇଁ ଲାଗିଥିବା କଟକଣା ବିରୁଦ୍ଧରେ ସ୍ୱର ଉଠାଇଥିଲେ l ବିଶ୍ୱର ପ୍ରାୟ ସମସ୍ତ ସ୍ଥାନରେ ସଂଗୀତ ଜଗତ ବେଶ୍ ପ୍ରଭାବିତ ହୋଇଥିଲା l ତେଣୁ ଏହି ସଙ୍ଗୀତଜ୍ଞ ମାନେ ସଂଗୀତ ଜଗତକୁ ସମର୍ଥନ କରି ଏପରି ପ୍ରଦର୍ଶନ କରିଥିଲେ l
ରୁଷରେ ସରକାରଙ୍କ ହିସାବରେ କରୋନା ଭୁତାଣୁର ବିପଦ ସଂଗୀତ ଭିର୍ତ୍ତିକ କାର୍ଯ୍ୟକ୍ରମରେ ଓ ଭୋଜନାଳୟରେ ଅଧିକ ହୋଇପାରେ ସେଥିପାଇଁ ନାଇଟ କ୍ଲବ ଓ ସଂଗୀତ ସନ୍ଧ୍ୟା ଗୁଡିକୁ ଯିବାପାଇଁ ଲୋକମାନଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଦିଅ ଯାଇଛି l ଜନସାଧାରଙ୍କ କହିବାର ଉଦେଶ୍ୟ ହେଲା ଲୋକମାନେ ଯେଉଁଠି ଭିଡ ସ୍ଥାନରେ ଯାତ୍ରା କରୁଛନ୍ତି ଯେପରିକି ମେଟ୍ରୋ ଟ୍ରେନ ସେପରି ସ୍ଥାନରେ ସରକାରଙ୍କୁ କରୋନା ସଂକ୍ରମଣର ଭୟ ରହୁନାହିଁ ,ଯେବେକି ଟ୍ରେନ ବସରେ ଅଧିକା ସଂକ୍ରମଣର ବିପଦ ରହିଥାଏ l ତେଣୁକରି ରୁଷର ଏହି ସଂଗୀତ ଦୁନିଆର ବ୍ୟକ୍ତି ମାନେ ଅଦ୍ଭୁତ ପ୍ରଦର୍ଶନ କରିଥିଲେ l