Odisha news

ନିଜର ସଉକକୁ ପୁରା କରିବାକୁ ଯାଇ : ଜେଲ୍ ଗଲେ ଆରୋପି ,ଜାଣନ୍ତୁ ପୁରା ଖବର

0

ନୂଆଦିଲ୍ଲୀ : ପାରା କମାଣ୍ଡୋର ପୋଷାକ ପିନ୍ଧି ନିଜ ପ୍ରେମିକ ସହିତ ଦେଖା କରିବାକୁ ପନ୍ନାରୁ ଭୋପାଲ ପହଞ୍ଚିଥିବା ଠକ କୁ ଗିରଫ କରାଯାଇଛି l ଆରୋପି ଜଣଙ୍କ ନିଜକୁ ପାରା କମାଣ୍ଡୋର କ୍ୟାପଟେନ୍ କହି ସାମାଜିକ ଗଣମାଧ୍ୟମରେ ଭୋପାଳରେ ରହୁଥିବା ଗୋଟିଏ ଝିଅ ସହିତ ବାନ୍ଧୁତା କରିଥିଲେ l ଆର୍ମିର ଗୁଇନ୍ଦା ବିଭାଗ ମଙ୍ଗଳବାର ଦିନ ଆରୋପିକୁ ଧରି ପୋଲିସର ଜିମା ଦେଇଥିଲେ l ଆରୋପି ଜଣଙ୍କ କହିଛି ଯେ ସେ ନିଜର ସଉକ ପୁରା କରିବା ପାଇଁ ପାରା କମାଣ୍ଡୋର ପୋଷାକ ପିନ୍ଧିଥାଏ l ପୋଲିସର ସୂଚନା ଅନୁସାରେ ପନ୍ନାରେ ରହୁଥିବା ୨୫ ବାର୍ଷିୟ ସନ୍ଦୀପ ଦୀକ୍ଷିତ ଚାଷ କାର୍ଯ୍ୟ କରିଥାଏ l

ମଙ୍ଗଳବାର ଦିନ ଦ୍ୱିପହର ସମୟରେ ଯେତେବେଳେ ସନ୍ଦୀପ ଧରା ହେଲା ସେତେବେଳେ ସେ ପାରା କମାଣ୍ଡୋର ପୋଷାକ ପିନ୍ଧି ଗୋଟିଏ ହ୍ରଦ କୂଳରେ ବୁଲୁଥିଲା l ତା ନିକଟରୁ ଆର୍ମିରେ ଚାକିରୀ କରିଥିବାର କୌଣସି ପ୍ରମାଣପତ୍ର ମିଳିନଥିଲା l ସେହି କାରଣରୁ ପୋଲିସ ତା ବିରୁଦ୍ଧରେ ସାରାକରି କର୍ମଚାରୀ ନହୋଇ ମଧ୍ୟ ପୋଷାକର ଉପାଜଗା କରିବା ଓ ଛୁରୀ ରଖି ସାଧାରଣ ସ୍ଥାନରେ ବୁଲିବାକୁ ନେଇ ମାମଲା ଦରଜ କରିଛି l ସନ୍ଦୀପ ନିଜ ସଫେଇରେ କାହିଥିଲେ ଯେ ମାତ୍ର ଦେଢ଼ମାସ ପୂର୍ଵରୁ ସାମାଜିକ ଗଣମାଧ୍ୟମରେ ଗୋଟିଏ ଝିଅ ସଂହିତା ତାଙ୍କର ବନ୍ଧୁତା ହୋଇଥିଲା l

ସେ ଦୁଇଜଣ କିଛିଦିନ ପରେ ଭଲପାଇ ବସିଲେ l ତେଣୁକରି ସେ ଝିଅଟି ସହିତ ଦେଖା କରିବା ପାଇଁ ଭୋପାଳ ଯାଇଥିଲେ l ସେ ନିଜର ପ୍ରୋଫାଇଲରେ ପାରା କମାଣ୍ଡୋ ଲେଖି ସୂଚାନ ଦେଇଥିବା କାରଣରୁ ଏହିପରି ପୋଷାକ ପିନ୍ଧି ଝିଅଟିକୁ ଦେଖା କରୁଥିଲା l ସାନ୍ଦୀପ ପୋଲିସକୁ କହିଛି ଯେ ସେ ଆର୍ମିରେ ଯିବାକୁ ଛୋଟବେଳୁ ଇଛା ରଖିଥିଲା ,କିନ୍ତୁ ତାର ଚୟନ ହୋଇପରିଲ ନାହିଁ l ସେ ନିଜର ଏହି ଇଛାକୁ ପୁରା କରିବା ପାଇଁ ଆର୍ମିର ପୋଷାକ ତିଆରି କାରାଇଥିଲା l ଏହି ପୋଷକକୁ ଦେଖିଲେ ସମ୍ପୂର୍ଣ୍ଣ ଭାବରେ ପାରା କମାଣ୍ଡୋର ପୋଷାକ ଭଳି ଦେଖା ଯାଉଛି l ପୋଲିସର ପଚାର ଉଚାରରେ ବର୍ତ୍ତମାନ ପାର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ଗତିବିଧି ନଜର ଆସିନି l

Leave A Reply