ଜଳେଶ୍ୱର-୩୦/୧୨ : -ଜଳେଶ୍ୱରରେ ଅବକାରୀ ବିଭାଗ ପକ୍ଷରୁ ଏକ ୨୫ ଜଣିଆ ଟିମ୍ ଜଳେଶ୍ୱର ଥାନା ନାମ୍ପୋ ଗ୍ରାମର ଗୁରୁବାରୀ ମୁର୍ମୁ,ଶେଖ ଶତାର,ଦାସ ସିଂ,ବିଶ୍ୱନାଥ ମୁର୍ମୁ,ପଞ୍ଚାନନ ଟୁଡ଼ୁ ପ୍ରମୁଖ ୫ଜଣ ଚୋରାମଦ ବେପାରୀଙ୍କୁ ଗରିଫ କରି ସେମାନଙ୍କ ନିକଟରୁ ୬୦ଲିଟର ଦେଶୀମଦ,୫ଲିଟର ବିଦେଶୀ ମଦ ଜବଦ କରିଛି । ଅନ୍ୟପକ୍ଷରେ ଜଳେଶ୍ୱର ଥାନା ଅନ୍ତର୍ଗତ ତାଳବଣିଆ, ଆମ୍ବପୁଞ୍ଜା, ବର୍ତ୍ତନା, ସାନ କଶୀଦା,ପଶ୍ଚିମବାଡ଼, ହୁଡ଼ାପାଳ ଆଦି ସ୍ଥାନ ଉପରେ ଚଢଉ କରାଯାଇଥିବା ବେଳେ ଏହି ଚଢଉରେ ଅବକାରୀ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଇନ୍ସ୍ପେକ୍ଟର ଗାଲୁରାମ ସରେନ୍,ବସ୍ତା ଏସ୍ଆଇ ସାଧବ ପ୍ରଧାନ,ଜଳେଶ୍ୱର ଏସ୍ଆଇ ଦେବେନ୍ଦ୍ର କୁମାର ବେହେରାଙ୍କ ସମେତ ମାଜିଷ୍ଟ୍ରେଟ ଭାବେ ବାଲେଶ୍ୱର ସଦରର ଅତିରିକ୍ତ ତହସିଲଦାର ମାନସ ପ୍ରଧାନ ପ୍ରମୁଖ ସାମିଲ ଥିଲେ