Odisha news

ଭୁବନେଶ୍ୱର ଆଇ. ଆଇ.ଟି ରେ ଖୋଲିବାକୁ ଯାଉଛି ଇସ୍ରୋର ରିଜିଓନାଲ ସ୍ପେସ ସେଣ୍ଟର

0

ନୂଆଦିଲ୍ଲୀ : ଆଇ. ଆଇ.ଟି ଭୁବନେଶ୍ୱରରେ ଶୀଘ୍ର ଖୋଲିବାକୁ ଯାଉଛି ଇସ୍ରୋର ରିଜିଓନାଲ ସ୍ପେସ ସେଣ୍ଟର l ଏହି ସ୍ପେସ ସେଣ୍ଟରରେ ଅନ୍ତରୀକ୍ଷ ଅନୁସନ୍ଧାନ ଉପରେ ଅଧ୍ୟୟନ ହେବ l ସେଥିପାଇଁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ତାର ଆଞ୍ଚଳିକ ଏକାଡେ଼ମିକ ସ୍ପେସ ସେଣ୍ଟର ଭୁବନେଶ୍ୱର ଆଇ. ଆଇ.ଟି  ରେ ଖୋଲିବାକୁ ଯାଉଛି l ବୁଧବାର ଦିନ ଆଇ. ଆଇ.ଟି  ଓ ଇସ୍ରୋ ମଧ୍ୟରେ ବୁଝାବଣା ପତ୍ର ସ୍ଵାକ୍ଷର ହୋଇଛି l  ଆଇ. ଆଇ.ଟି ନିର୍ଦେଶକ ପ୍ରମୋଦ ଯେନ ଓ ଇସ୍ରୋର ପି .କେ .ଭେଙ୍କଟ କ୍ରିଷନ ଏହି ବୁଝାବଣା ପତ୍ରରେ ମୋହର ମାରିଲେ l ଏହି ବୁଝାବଣା ପରେ ସଂସ୍ଥାର ବି.ଟେକ ଓ ଏମ .ଟେକ ଛାତ୍ରଙ୍କ ପାଇଁ ସଟ ଟର୍ମ ଏବଂ ଏକ ବର୍ଷିଆ ପ୍ରୋଜେକ୍ଟ କୁ ପ୍ରାଧାନ୍ୟ ଦେବାର ବ୍ୟବସ୍ତା କରାଯାଉଛି l ପି.ଏଚଡି  ଛାତ୍ରଙ୍କ ପାଇଁ ଲଙ୍ଗ ଟର୍ମ ପ୍ରୋଜେକ୍ଟ ଓ ଅନ୍ୟ ସୁବିଧା ମଧ୍ୟରେ ଛାତ୍ରଙ୍କ ବୁଦ୍ଧିକୁ ବିକଶିତ କରିବା ପାଇଁ  ସମ୍ମିଳନୀ , ପ୍ରଦର୍ଶନୀର ଆୟୋଜନ କରାଯିବାର ବ୍ୟବସ୍ତା ମଧ୍ୟ କରାଯାଉଛି l

Leave A Reply