Odisha news

ମୋଦିଙ୍କୁ ଭାଇ କରିଥିବା କରିମାଙ୍କର ସନ୍ଦେହ ଜନକ ମୃତ୍ୟୁ : ଆସନ୍ତୁ ଜାଣିବା ପୁରା ଖବର

0

ନୂଆଦିଲ୍ଲୀ : ପାକିସ୍ତାନର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉଠାଉଥିବା ସମାଜ ସେବି କରିମା ବଲୋଚଙ୍କୁ କାନାଡ଼ାର ଟରୋଣ୍ଟରେ ଶବ ମିଳିଛି l ସେ କାନାଡ଼ାରେ ନିର୍ବାସିତ ଦଣ୍ଡ ଭୋଗୁଥିଲେ l କରିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାଇ କରିଥିଲେ l ବିଶେଷ ସୂତ୍ରରୁ ଜଣ ପଡିଛି ଯେ ଏଥିରେ ପାକିସ୍ତାନର ହାତ ରହିଛି l ବର୍ତ୍ତମନ ଏବିଷୟରେ କିଛି ସଠିକ ତଥ୍ୟ ମିଳିପାରି ନାହିଁ l

ସେ ଗତ ତିନିଦିନ ହେଲାଣି ନିଖୋଜ ଥିଲେ l କାନାଡ଼ାରେ ସାରଂ ନେଇଥିବା କରିମା ୨୦୧୬ ରେ ବିଶ୍ୱର ସବୁଠୁ ୧୦୦ ଜଣ ପ୍ରଭାବଶାଳୀ ମହିଳାଙ୍କ ମଧ୍ୟରେ ସାମିଲ କରାଯାଇଥିଲା l ସେ ଜଣେ ଏପରି ମହିଳା ଥିଲେ ଯିଏ ପାକିସ୍ତାନର ଅତ୍ୟାଚାରକୁ ସଂଯୁକ୍ତ ରାଷ୍ଟ୍ରରେ ଜଣାଇଥିଲେ l ଏହା ଏହି ପ୍ରକାରର ପ୍ରଥମ ମାମଲା ନୁହେଁ ,ଚଳିତ ବର୍ଷ ବଲୁଚ ପତ୍ରକାର ସଯିଦ ହୁସେନଙ୍କର ମୃତ ଶରୀର ମଧ୍ୟ ମିଳିଥିଲା l ପାକିସ୍ତାନ ସରକାର କରିମାଙ୍କୁ ଭାରତର ଗୁଇନ୍ଦା ବିଭାଗ “ର”ର ଏଜେଣ୍ଟ ବୋଲି ଭାବୁଥିଲା l

ବଲୁଚିସ୍ତାନ ଏପରି ଗୋଟିଏ ଅଂଚଳ ଯେଉଁଠାରେ ଲୋକମାନଙ୍କର ଉନ୍ନତି ହୋଇ ନଥାଏ କେବଳ ତାଙ୍କର ଶୋଷଣ କରାଯାଇଥାଏ l ଗତ ୧୫ ବର୍ଷରୁ ଏଠାରେ ବିଦ୍ରୋହ ଜାରି ରହିଛି l ଏଠାରେ ସେନା କ୍ରୁରତାର ସହିତ ନିରୀହ ଲୋକ ମାନଙ୍କୁ ଜେଲରେ ବନ୍ଦ କରିଦେଇଥାଏ l ଅଧିକାଂଶ ବଲୁଚ ନେତାଙ୍କୁ ହତ୍ୟା ମଧ୍ୟ କରି ଦିଆଯାଇଛି l

କରିମା ଗୋଟିଏ ଟେଲିଭିଜନ ସାକ୍ଷାତ୍କାରରେ କହିଥିଲେ ଯେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାଇ କରିଛନ୍ତି l ସେ ଆହୁରି ମଧ୍ୟ କହିଥିଲେ ଯେ ସମସ୍ତ ବଲୁଚ ମହିଳା ମାନେ ମୋଦିଙ୍କୁ ସହାୟତା ଦୃଷ୍ଟିରେ ଦେଖିଥାନ୍ତି l କରିମା ବଲୁଚିସ୍ତାନ ଛାତ୍ର ସଂଗଠନର ମୁଖ୍ୟ ଥିଲେ ସେ ଯେତେବେଳେ ମୋଦିଙ୍କୁ ଭାଇ ବୋଲି ସମ୍ବଧନ କରିଥିଲେ ସେତେବେଳେ କହିଥିଲେ ଯେ ମୋଦି ଅନ୍ତରାଷ୍ଟ୍ରୀୟ ଫୋରମରେ ମାନବ ଅଧିକାର ଉଲଂଘନ ବିରୁଦ୍ଧରେ ସ୍ୱର ଉଠାନ୍ତୁ l

Leave A Reply