Odisha news

ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ

0
ସୋରଡ଼ା ( ସୁଶାନ୍ତ କୁମାର ପଟ୍ଟନାୟକ) : ଗଂଜାମ ଜିଲ୍ଲା ବଡଗଡ଼ ଥାନା ପେଡିପଦର ଘାଟି ଅଂଚଳରେ ବେଆଇନ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇ ଅବକାରୀ ବିଭାଗ ପକ୍ଷରୁ ଧରପଗଡ଼ କରାଯାଇଥିବା ବେଳେ ପାଖାପାଖି ଦୁଇ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କରାଯାଇଥିବା ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଗଂଜାମ ଜିଲ୍ଲାପାଳ ଓ ଏସ୍ ପି କଂ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଓ ପୋଲିସ୍ ମିଳିତ ଭାବେ ସ୍ବତନ୍ତ୍ର ଟିମ କରି ଚଢ଼ାଉ କରିଥିଲେ।ସୂଚନା ଅନୁସାରେ ପାଖାପାଖି ୬୦ ଏକର ଜମିରେ ଏହି ଗଞ୍ଜେଇ ଚାଷ କରାଯାଇଥିଲା।ଚଢ଼ାଉ ରେ ଅବକାରୀ ବିଭାଗ,,ବନ ବିଭାଗ ,ପୋଲିସ,ଗୁଇନ୍ଦା ସଂସ୍ଥା,ସ୍ଥାନୀୟ ତହସିଲଦାର ଏହିପରି ୩୦୦ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ।ସୋରଡ଼ା ବ୍ଲକ ଗୌଡ଼ଗୋଠ ପଂଚାୟତ ଅଂଚଳରେ ବହୁ ସ୍ଥାନରେ କରାଯାଉଥିବା ଗଞ୍ଜେଇ ଚାଷ କୁ କାଟିବା ସହ ପୋଡି ନଷ୍ଟ କରି ଦିଆଯାଇଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ଯ ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହବ ବୋଲି କହିଛନ୍ତି ଅବକାରୀ ବିଭାଗ ଡ଼ିଏସପି ଅଭିମନ୍ୟୁ ବେହେରା।
Leave A Reply