ବାରିପଦା : ବାରିପଦା ସହରରେ ଟାଉନ ପୋଲିସ ଦ୍ବାରା ବିପୁଳ ପରିମାଣର ନକଲି ନୋଟ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୮୫ ହଜାର ନକଲି ନୋଟ ଜବତ କରିବା ସହ ୨ଟି ମୋବାଇଲ ଫୋନ ଓ ଗୋଟିଏ ମଟରସାଇକେଲ ଜବତ କରାଯାଇଛି । ତେବେ ଏହି ଚୋରାନୋଟ କାରବାର ଚେର ବହୁତ ବାଟ ଲମ୍ବିଥିବା ପୋଲିସ ଜାଣିବାକୁ ପାଇବା ପରେ ତଦନ୍ତ ପ୍ରକ୍ରିୟା କୁ ଜୋରଦାର କରିଛି ।
ଏହି ଜାଲ କାରବାରରେ ଜିଲ୍ଲା ର ଅଧିକ ବ୍ୟକ୍ତି ଜଡ଼ିତ ଥିବା ସହ ରାଜ୍ୟ ବାହାରୁ ମଧ୍ୟ ବଡ ରେକେଟ ଜଡ଼ିତ ଥିବା ଜଣାପଡିଛି । ତେବେ ଏହି ଦୁଇଜଣ ଝାର୍ଡଖଣ୍ଡ ରାଜ୍ୟ ବହୋଡାଗୁଡା ଅଞ୍ଚଳର ବୋଲି ଜଣାପଡିଛି । ଏନେଇ ବାରିପଦା ଟାଉନଥାନା ରେ ୯୦୬ -୧୭/୧୧/୨୦ ରେ ମାମଲା ରୁଜୁ କରି ପୋଲିସ ରାସବିହାରୀ ରଣା ଓ ରାଖହରୀ ରଣା ନାମକ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ।