Odisha news

ଡିସେମ୍ବର ୨୫ ତାରିଖରେ ପାଳନ ହେଉଥିବା ବଡଦିନର କଣ ରହିଛି ଇତିହାସ ?

0

ଡିସେମ୍ବର ୨୫ ତାରିଖ ଦିନଟିକୁ ସାରା ଦୁନିଆରେ ବଡ଼ଦିନ ବା କ୍ରୀସ୍ମାସ ଭବରେ ପାଳନ କରିଥାନ୍ତି l ଏହି ପର୍ବଟି ଈସାଈ ସମୁଦାୟ ଲୋକ ମାନଙ୍କ ପାଇଁ ଏକ ମୁଖ୍ୟ ପର୍ବ ଅଟେ l ଅଧିକାଂଶ ସ୍ଥାନରେ ତଥ୍ୟ ରହିଛି ଯେ ଏହି ଦିନ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ ଦିବସ ଭାବରେ ମଧ୍ୟ ପାଳନ କରାଯାଇଥାଏ l ଆରମ୍ଭରୁ ଈସାଈ ସମୁଦାୟର ଲୋକମାନେ ଯୀଶୁଙ୍କ ଜନ୍ମ ଦିନକୁ ଏକ ପର୍ବ ଭାବରେ ପାଳନ କରୁଥିଲେ ,କିନ୍ତୁ ଚତୁର୍ଥ ସପ୍ତାଦି ବେଳକୁ ଅନ୍ୟ ସମୁଦାୟର ଲୋକମାନେ ଏହାକୁ ଏକ ପର୍ବ ଭାବରେ ପାଳନ କରିବାକୁ ଲାଗିଲେ l

ୟୁରୋପରେ ଅଣ ଈସାଈ ସମୁଦାୟର ଲୋକମାନେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗାଟିକୁ ନେଇ ଗୋଟିଏ ବଡ ପର୍ବ ପାଳନ କରୁଥିଲେ l ଡିସେମ୍ବର ୨୫ ତାରିଖ ଦିନ ୟୁରୋପ ମହାଦେଶରେ ସୂର୍ଯ୍ୟଙ୍କର ଉତ୍ତରାୟଣ ଗତି ହୋଇଥାଏ l ଡିସେମ୍ବର ୨୫ ତାରିଖରୁ ଦିନ ଧୀରେ ଧୀରେ ବଡ ହେବାକୁ ଲାଗେ ,ଏହାକୁ ସୂର୍ଯ୍ୟ ଦେବତାଙ୍କର ପୁନରଜନ୍ମ ଦିନ ଭାବରେ ଗଣାନା କରାଯାଏ l କୁହା ଯାଏ ଯେ ଏହି ଦିନ ଈସାଈ ସମୁଦାୟର ଲୋକମାନେ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ଦିନକୁ କ୍ରୀସ୍ମାସ ଭାବରେ ପାଳନ କରୁଛନ୍ତି l

କ୍ରୀସ୍ମାସକୁ ମହତ୍ୱ ଦେଇଥାଏ ପରମ୍ପରା –

ଆପଣ ମାନେ ଜାଣିଛନ୍ତି ଯେ ପ୍ରତେକକୁ ଧର୍ମର କିଛିନା କିଛି ପରମ୍ପରା ରହିଛି l ସେହିଭଳି ଈସାଈ ଧର୍ମର ଏକ ପରମ୍ପରା ଅଟେ କ୍ରୀସ୍ମାସ l ଏଥିରେ ସନ୍ତା ନିକୋଲାସ ଯାହାଙ୍କର ଜନ୍ମ ଇଷାମସିଙ୍କର ମୁତ୍ୟୁର ୨୮୦ ବର୍ଷ ପାରେ ହୋଇଥିଲା l ସେ ନିଜର ପୁରା ଜୀବନ ଯୀଶୁଙ୍କୁ ସମର୍ପଣ କରିଥିଲେ l ସେ ଲୋକ ମାନଙ୍କୁ ସାହାଯ୍ୟ କରିବାକୁ ପସନ୍ଦ କରୁଥିଲେ l ଏହି କାରଣରୁ ଯୀଶୁଙ୍କ ଜନ୍ମ ଦିନ ଅବସରରେ ରାତିର ଅନ୍ଧାରରେ ଛୋଟ ପିଲା ମାନଙ୍କୁ ଉପହାରରେ ଦିଆଯାଇଥାଏ l ଏହି କାରଣରୁ ଆଜି ମଧ୍ୟ ଛୋଟ ପିଲା ମାନେ ଆଜିକାଲିର ସାଣ୍ଟାକ୍ଲଜକୁ ଅପେକ୍ଷା କରୁଛନ୍ତି l

ଏହି ପରମ୍ପରାର ମୁଖ୍ୟ ଜିନିଷ ହେଉଛି କ୍ରୀସ୍ମାସ ଗଛ l ଯୀଶୁଙ୍କ ଜନ୍ମ ଦିନରେ ଏହି ଗଛଟିକୁ ବିଭିନ୍ନ ଉପହାରରେ ସଜା ଯାଇଥାଏ l ଲୋକମାନେ ନିଜ ବାଂଛିତ ଉପହାର ପାଇଁ ଗଛ ନିକଟକୁ ଆସିଥାନ୍ତି l

Leave A Reply